ଆମ ଲିଟିଲ୍
ଆମ ଲିଟିଲ୍
ଆମ ଘରେ ଥିଲା ଏକ କୁକୁର
ସେ ସମସ୍ତଙ୍କ ଅତି ନିଜର
ତାକୁ କରନ୍ତି ସଭିଏଁ ଆଦର ।
ଆମେ ସବୁ ତା' ସହ କରୁ ଖେଳାଖେଳି,
ନାମଟି ତାହାର ଅଟେ ଲିଟିଲ୍ ।
ଆମ ରୋଷେଇ ଘର ଆରେ ଶୋଇଥାଏ,
ଖାଦ୍ୟ ଟିକେ ପଡ଼ିଲେ ଝାମ୍ପି ନେଇଥାଏ ।
ସବୁ ସମୟରେ ସେ ଖୁସି ଥାଏ,
କେବେ ମଧ୍ୟ ସେ ରାଗି ନଥାଏ ।
ସଭିଙ୍କ ସହ ମିଶି ସେ ଖେଳିଥାଏ,
ସମସ୍ତଙ୍କ ଆଦର ପାଇ ସେ ଘରେ ଥାଏ ।
ଆମ ଘରେ ଥିଲା ଏକ କୁକୁର
ସମସ୍ତଙ୍କ ଅଟେ ସେ ଅତି ନିଜର ।
ଲିଟିଲ୍ ଏବେ ଇହ ଜଗତେ ନାହିଁ,
ମନ ରହିଅଛି ତା' ବାଟ ଚାହିଁ ।