STORYMIRROR

Gyanajyoti Dash

Inspirational

4  

Gyanajyoti Dash

Inspirational

କିପରି କହିବି କୁହ

କିପରି କହିବି କୁହ

1 min
498

ମୋ ସରଳ ବିଶ୍ୱାସରେ 

 ଘୋଟି ଦେଇ ବିଷ ଯଦି

ପ୍ରଭୁ ତୁମେ କରିଲ କପଟ

 କିପରି କହିବି କୁହ

ଅଭାବକୁ ଦୂର ହୋଇ 

 ରହିଥାଅ ସର୍ବଦା ଭାବକୁ ନିକଟ ।


କରୁଣାର କଣା ଯଦି 

 ମୋ ପାଇଁ ହୋଇଲା ଉଣା

ଡାକି କି ପାରିବି କୁହ

 କରୁଣା ସାଗର

ଆଲୋକର ଉତ୍ସ ବୋଲି

 କିପରି କହିବି ଅବା

ମୋର ଚଲା ପଥେ ଯଦି

  ଭରା ଅନ୍ଧକାର ।


କିପରି କହିବି କୁହ

 ସର୍ବବ୍ୟାପୀ ପରମାତ୍ମା ତୁମେ

ସବୁରି ଘଟରେ ଅଛ

  ଆତ୍ମା ରୂପ ନେଇ ।

ତଥାପି ତ ଧରା ପୃଷ୍ଠେ

  ବଢିଚାଲେ ପାପ ଭାର

ସର୍ବଘଟେ ସର୍ବରୂପେ

  ସବୁଠାରେ ତୁମ ସ୍ଥିତି ଥାଇ ।


ଯଦି ପାର ପ୍ରଭୁ ମତେ

   ଦିଅ କ୍ଷମା କରି

ନିହାତି ଅଧମ ନର

  ମୁଁ ଏକ ଅବୋଧ

ତୁମକୁ ବୁଝିବା ପାଇଁ

 ନାହିଁ ମୋର ଶକ୍ତି ତିଳେ

ଦେବ ଯଦି ଦିଅ ମୁକ୍ତି

 ମାଗୁ ନାହିଁ ସୁଖ ବା ସମ୍ପଦ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational