STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ରକ୍ଷାବନ୍ଧନ

ରକ୍ଷାବନ୍ଧନ

1 min
367

ବାନ୍ଧେ ଏହୁ ପର୍ବେ ସ୍ନେହର ଡୋରରେ

   ଏହୁରେ ରକ୍ଷା ବନ୍ଧନ, 

ଭାଇ ଭଉଣୀଙ୍କ ଭାବର ବନ୍ଧନ

   ଅଟରେ ରାକ୍ଷୀ ବନ୍ଧନ । 


ଲଗାଏ ଚିତାକୁ ଭାଇର ମସ୍ତକେ

   ଆନନ୍ଦ ହୋଇ ଭଉଣୀ,

ରାଖୀ ବାନ୍ଧି ଦିଏ ହସ୍ତରେ ଭାଇର

   ଆଦରେ ତାର ଭଉଣୀ ।


ଆସେ ଋତୁ ଚକ୍ରେ ଶ୍ରାବଣର ମାସ

   ପୂର୍ଣ୍ଣିମାର ଶୁକ୍ଳପକ୍ଷ 

ରାକ୍ଷୀ ପୂର୍ଣ୍ଣିମା ପାଳିତ ପକ୍ଷରେ

   ବନ୍ଧନ ଭାବର ସାକ୍ଷ ।


ଭଉଣୀ କରେଟି ମଙ୍ଗଳ କାମନା

  ଚିତା ମସ୍ତକେ ଲଗେଇ,

ବାନ୍ଧି ଦିଏ ହସ୍ତେ ପ୍ରେମର ଡୋରକୁ

  ଖୁସି ପୂର୍ଣ୍ଣିମାରେ ହୋଇ ।


ସୁରକ୍ଷା ବଚନ ଦିଏ ଭାଇ ତାରେ

  କରିବ ରକ୍ଷା ତାହାରେ,

ସୁରକ୍ଷା ଦାୟିତ୍ୱ ଭାଇର ରହିଲା

  ଥିବାଯାଏ ଜୀବନରେ ।


ରହୁ ନିରାପଦ ଭାଇ କର୍ମପଥ

  ଭଉଣୀ କରେ କାମନା,

ଭାଇ ଅଭିଳାଷ ସବୁ ପୂର୍ଣ୍ଣ ହେଉ 

  ଭକ୍ତି ତା ଚକା ନୟନା ।


ଖୁସିର ଠିକଣା କେ ବର୍ଣ୍ଣିବ ତାରେ

  ଭଉଣୀର ନିଦ ନାହିଁ,

କରିଛି ଅପେକ୍ଷା ହୋଇ ବିଚଳିତ

  ଉତ୍ସାହିତ ତାର ଯହିଁ।


ରାକ୍ଷୀ ଡୋର ତାର କିପରିରେ ହେବ

  ଭାବୁ ଥାଏ ମନେ ମନେ,

ରାକ୍ଷୀର ବଜାରେ ଦେଖୁ ଥାଏ ରାକ୍ଷୀ

  ହୋଇଣ ଅତି ପ୍ରସନ୍ନେ।


ହୋଇଥିବ ଭଲ ସବୁଠୁ ସୁନ୍ଦର

  କିଣିବି ମୁଁ ସେହୁ ରାକ୍ଷୀ,

ସୁନ୍ଦର ଲାଗିବ ଭାଇ ହସ୍ତେ ତାହା

  ଆଦରେ ବାନ୍ଧିବି ରାକ୍ଷୀ।


ଦେବିରେ ଭାଇରେ ଶୁଭକାମନାଟି

  ପୂଜନ ତାଙ୍କୁ ଆଦରେ,

କରିବି ପୂଜନ ପ୍ରଭୁ ଜଗନ୍ନାଥେ

  ଭାଇ ମଙ୍ଗଳ ସବୁରେ।


ପୂର୍ଣ୍ଣିମାର ଦିନ ସାରି ନିତ୍ୟକର୍ମ

  ପୂଜନ ଜଗା ଚରଣ,

ତାପରେ ବାନ୍ଧିବି ପ୍ରେମର ଡୋରକୁ

  ଭାଇଙ୍କ ହସ୍ତରେ ଜାଣ।


ଦେବେ ଆଶିର୍ବାଦ ପ୍ରଭୁ ଜଗନ୍ନାଥ

  ଭାଇର ହେବ ମଙ୍ଗଳ,

ବଚନ ଦେବଟି ଆନନ୍ଦେ ମୋ ଭାଇ

  ସୁରକ୍ଷା ସ୍ନେହ ସକଳ।



Rate this content
Log in

Similar oriya poem from Abstract