Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Classics Inspirational

3  

Sadananda Sahoo

Classics Inspirational

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
244



ଉତ୍କଳୀୟ ପର୍ବ ଗୌରବ ବିଭବ

     ଆଦର୍ଶରେ ଉଦ୍ଭାସିତ

ରାକ୍ଷୀ ପୂର୍ଣ୍ଣିମାରେ ପ୍ରୀତିଛବି ଭାସେ

    ଭ୍ରାତୃଭଗ୍ନୀ  ସଂନ୍ନିହିତ !


ପୁରାଣେ ବର୍ଣ୍ଣିତ ମହା କଥାମୃତ

    ଭ୍ରାତୃଭଗ୍ନୀ ପ୍ରୀତିଛବି  

ତ୍ରେତୟା ଦ୍ବାପରେ ସତ୍ୟ କଳିଯୁଗେ

     ସର୍ବଜନେ ଅନୁଭବି   !


ଦ୍ରୌପଦୀ ସ୍ମରଣେ କୃଷ୍ଣ ସାହାହେଲେ

     ଲଜ୍ୟା କଲେ ନିବାରଣ

ମହାଭାରତର.  ଏଚିତ୍ର ସମୂହ

     ସୃଷ୍ଟିକରେ  ଶିହରଣ   !


ସୁଭଦ୍ରା ଭଗିନୀ ସ୍ନେହଁର ରଂକୁଣୀ

    ସର୍ବଯୁଗେ ସୌଭାଗିନୀ   

ଅର୍ଜୁନଙ୍କ ସଙ୍ଗେ ବିବାହ ବନ୍ଧନେ

   ଭ୍ରାତାକୃଷ୍ଣ ଦେଲେ ଯୋଡି  !

      

ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ଗୋପାଳ

     ଦ୍ରୌପଦୀ ସୁଭଦ୍ରା ଭ୍ରାତା      

ଭଗିନୀ ସୁରକ୍ଷା ସୁମଙ୍ଗଳ ଦୀକ୍ଷା

     ଯୁଗେଯୁଗେ ଅମାମୃତା  !


 ଆହେ ବିଶ୍ଵବାସୀ ଦେଖ ନେତ୍ର ଖୋଲି

     ଶ୍ରୀମନ୍ଦିରେ  ଭ୍ରାତୃଭଗ୍ନୀ  

ଅନାବିଳ ସ୍ନେହଁ ଅତୁଟ ଏ'ପ୍ରେମ

     ସର୍ବଯୁଗେ  ଉପଯୋଗି   !


ପରିଭ୍ରମଣରେ ପ୍ରଭୁ ଗଲାବେଳେ

    ସଙ୍ଗତେ ଯାଆନ୍ତି ଭଗ୍ନୀ  

ଆହାକି ସମ୍ପର୍କ ଭାଇ ଭଉଣୀଙ୍କ

    ପତ୍ନୀଲକ୍ଷ୍ମୀ ଯା'ନ୍ତି ରାଗି  !


ମଙ୍ଗଳ କାମନା ଭଗ୍ନୀ କରେ ସଦା

    ଭାଇର ଶୁଭ ମନାସୀ  

କୋଟିଏ ଭିତରେ ଗୋଟିଏ ମୋ ଭାଇ

    ଊଣା ନହଉ ତା'ଖୁସି   !


ବିପଦ ଆପଦେ ଭାଇ ଧାଇଁ ଆସେ

   ଆଶ୍ବାସନା ଦେବା ପାଇଁ  

ଭାଇ ଭଉଣୀର . ସୁରକ୍ଷା କବଚ

     ଦୁହେଁତ ଦୁହିଁଙ୍କ .ଛାଇ.  !


ରେଶମି ସୂତାରେ  କାଇଁଚ ମାଳିରେ

    ଗୁନ୍ଥିଚିମୁଁ ଗୋଟେରାକ୍ଷୀ   

ମୋ ଭାଇ ହାତେ ବାନ୍ଧିବି ସରାଗେ

     ରହିବ ଜଗତ  ସାକ୍ଷି   !


ମୋ ସୁନା ଭଉଣୀ ଜମା କାନ୍ଦିବୁନି   

   ପାଖେପାଖେ ଅଛି ମୁଁରେ  

ଦୁଃଖରେ ସୁଖରେ  ହସରେ କାନ୍ଦରେ

    ଭାଗନେବି ସବୁଥିରେ  !


ଏ ରାକ୍ଷୀପୂର୍ଣ୍ଣିମା ପରବ ସଂହିତା

   ଉତ୍କଳୀୟ  ପରମ୍ପରା 

ଭାଇ ଭଉଣୀଙ୍କ ପରବ ବିଶେଷ

    ଅତୁଟ ବନ୍ଧନ ପରା   !


Rate this content
Log in

Similar oriya poem from Classics