STORYMIRROR

Amruta Mohanty

Abstract

3  

Amruta Mohanty

Abstract

ରଜ ପାଇଁ ଗୀତ ପଦେ...

ରଜ ପାଇଁ ଗୀତ ପଦେ...

1 min
145


ବନସ୍ତେ ଡାକିଲା ଗଜ

ଭାରି ମହଙ୍ଗା ଏ ସନ ରଜ

ଏ ସନ ରଜ ଲୋ, ହବୁନାହିଁ ସଜବାଜ ।


ଆକାଶେ ଉଡଇ ବାଜ

ହୁସିଆର ରହିବୁ ଝିଅ ତୁ ଆଜ

ଝିଅ ତୁ ଆଜ ଲୋ, ଘରେ ଲୁଚିଅଛି ଅହିରାଜ ।


ଅଳତା ର ରଙ୍ଗ ଲାଲ

ଫଳ ପାକଳ ହେବାକୁ ପାଉନି ବେଳ

ପାଉନି ବେଳ ଲୋ, ବାଦୁଡି ଟା ହୁଏ କାଳ ।


ନିଛାଟିଆ ଖରାବେଳ

ପାଉଁଜି ପିନ୍ଧି ଧନ ଦୋଳି ନା ଖେଳ

ଦୋଳି ନା ଖେଳ ଲୋ, ଶୁଭୁଚି ହେଟା ହେଣ୍ଟାଳ ।


ନାହିଁ ପୋଡପିଠା ରଜପାନ

ପଞ୍ଜୁରୀରେ ଥା ଲୋ ମୋ ରଙ୍କରତନ

ରଙ୍କରତନ ଲୋ, (ଏ ) ଶ୍ମଶାନେ ଝୁଣି ଦେବେ ଚିଲ ଶ୍ବାନ।


Rate this content
Log in

Similar oriya poem from Abstract