Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DEEPALI JENA

Classics Others

3  

DEEPALI JENA

Classics Others

ରଜ ମଉଜ

ରଜ ମଉଜ

1 min
147


ବରଷକେ ଥରେ ଆସିଛି ରଜ 

ଝିଅ ହୁଏ ସଜ ପୁଅ କରେ ମଉଜ

ମଉସା,ମାଉସୀ ,ଭାଇ,ଭଉଣୀ

ଭାଉଜ କୋଳରେ ନଣନ୍ଦ ରାଣୀ

ପୋଡ ପିଠା ସାଥେ ପାଦେ ଅଳତା

ଖିଲିପାନ ସାଙ୍ଗେ ମୁନ୍ଡେ ଚନ୍ଦନ ଟିପା 

ଲୁଡୁ, ତାସ, କବାଡିରେ ଗାଁ ପୁରିଉଠେ

କୋଇଲି ଗୀତରେ ମନ ନାଚି ଉଠେ 

ଆସଲୋ ସହି ସନ୍ଗାତ ଗାଇବା ଗୀତ

ବରଷକେ ଥରେ ଆସିଚି ରଜ

କୁଆଁରୀ ମନର ଆଶା ଗଉରବ

ଗୋଟେ ବର୍ଷ ଅନ୍ତେ ଆସିଚି ରଜ 

ଚାରିଦିନର ଏ ରଜ ପାଳିବା 

କେତେ ହସ ଖୁସି ମସ୍ତି କରିବା 

ଦୋଳିରେ ବସି ଭାଇ ଗୀତ ଗାଇବା 

ଭାଉଜ ରାଣୀକୁ ଚିଡେଇ ଦବା 

ବୋଉ ହାତରନ୍ଧା ବଡି ବେସର 

ଭାଉଜ କରେ ପୁଣି ମାଛ ମହୁର

ସଭିଙ୍କ ଘରେ ଆଜି ଖୁସି ଫେରିଚି 

ବରଷକ ପରେ ରଜ ଆସିଚି 

ମା କୋଳକୁ ତା ପୁଅ ଫେରିଚି 

ଭଉଣୀ ପାଖକୁ ତା ରାକ୍ଷୀ ଫେରିଚି 

ଗାଁ ବୁଢାଙ୍କ ପନ୍ଗତେ ମିଳି 

ଯୁବା ଯାଏ ବିଲେ କାନ୍ଧେ ଲଙ୍ଗଳ ମେଲି 

ସଭିଙ୍କ ହାତେ ଏ ଧରଣୀ ହସିଉଠେ

ତାରି ଦୟାରୁ ସୁନାର ଫସଲ ଖେଳେ 

ଆମ୍ବ ପଣସ ଗଛରେ ପାଚେ 

ମେଘ ଆବାହନେ ମୟୁରୀ ନାଚେ 

କେତେ ଦିନପରେ ଗାଁ ରେ ମେଳା ବସିଚି 

ବରଷକ ପରେ ପା ରଜ ଆସିଛି ।


Rate this content
Log in

Similar oriya poem from Classics