Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Classics Others

3  

Sadananda Sahoo

Classics Others

ରଜ ମଉଜ

ରଜ ମଉଜ

1 min
89



ଉତ୍କଳ ପରବ ରଜ ମହୋତ୍ସବ

    ମହକରେ ମହକିତ , 

ଗାଁଆରୁ ସହର ଉତ୍ସବ ମୁଖର

    ମନପ୍ରାଣ ପୁଲକିତ !!


ଏ'ଗଣପରବ ଭାବ ସମ୍ପର୍କିତ

    ସୃଷ୍ଟିକରେ ଭାଇଚାରା ;

 ମାନଅଭିମାନ କରେ ପରା ଲୀନ

    ଖୁସିରେ ହସଇ ଧରା !!


ରଜ ସଜବାଜ ସମୃଦ୍ଧି ମଉଜ

    କୁଆଁରୀ ଲଳନା ହସ ;;

ରଙ୍ଗ ବେରଙ୍ଗର ପୋଷାକ ବିଭବ

   ଦୂରକରେ ସବୁକ୍ଳେଶ !!


ପ୍ରସାଧନ ପ୍ରିୟ ଉତ୍କଳର ଝିଅ

    ରଜରେ ହୁଅଇ ସଜ ;

ନୟନେ କଜଳ ମଥାରେ କୁଙ୍କୁମ

   ହସ୍ତରେ ମେହେନ୍ଦି ଚିଜ !!


ପାଦରେ ଅଳତା ପାଏ ବଡ ଶୋଭା 

   ବେଣୀରେ ରଜନୀ ଗନ୍ଧା ;

ଆହାକି ସୁନ୍ଦର ରଜ ସଜବାଜ

    ପ୍ରୀତି ପରଶରେ ବନ୍ଧା !!


ରଜଦୋଳି ଖେଳ ସାଙ୍ଗସାଥୀ ମେଳ

      ଭାବମୟ ପରିବେଶ ;

ବରଷକେ ଥରେ ଆସିଛି ଏ'ସତେ 

      ଘେନି ନୂଆ ଅନୁଭବ !!


ରଜର ବ୍ୟଞ୍ଜନ ମୋହେ ମନପ୍ରାଣ

    ସ୍ଵାଦେ ପରିପୂର୍ଣ୍ଣ ଜାଣ ;;

ପିଷ୍ଟକ ମିଷ୍ଟକ ସ୍ୱତନ୍ତ୍ର ସେ'ଖାଦ୍ୟ 

     ଉଦର'ର ମିତ୍ର ପୁଣ !!


 ପୋଡ଼ପିଠା ମିଠା ସ୍ଵାଦିଷ୍ଟ ଗଇଁଠା

    ମନଜାଣି ଦିଏ ମାଆ ;;

ସରୁ ଚକୁଳିକୁ ଖାସୀ ମାଂସ ଝୋଳ

    ପେଟଭରି ଖାଇଯାଆ !!


ରଜ ଖିଲି ପାନ ମୋହି ନିଏ ମନ

    ରଙ୍ଗକରେ ଅଧରକୁ ;

ଟୋକା ଠାରୁ ବୁଢା ସତେ କୃଷ୍ଣଚୁଡା

     ଭୁଲନ୍ତିନି ଖାଇବାକୁ !!


କୃଷି ସମ୍ପର୍କିତ ଏ'ରଜ ପରବ

     କୃଷକର ହସଫୁଲ ;

ଅବସରେ ହସେ ବର୍ଷର ଆରମ୍ଭେ 

    ପାଇବାକୁ ଶ୍ରମମୂଲ !!


ବର୍ଷା ଆଗମନେ କୃଷକ ସୁମରେ

     ବସୁଧା ମାଆକୁ ତା'ର ;

ସୁଶ୍ୟାମଳା ହେଉ ଶୁଭଫଳ ଦେଉ 

   ଏ'ପରା ରଜ ସମ୍ଭାର !!


ରଜକୁ ବିଦାୟ ଦିଏ ହସିହସି

    କୃଷକ ଭାଇ ଯେ ଆମ ;

ସୁଖର ଝଲକ ପାଏ ସେ ନଶ୍ଚିୟ

  କୃଷିକ୍ଷେତ୍ରେ କରେ କାମ !!


ଆରବରଷକୁ ବାନ୍ଧେ ବିଶ୍ୱାସକୁ

    ଖୁସିର ମଉଜ ପାଇଁ ;;

ଆସିବ ଏ'ରଜ ସମୃଦ୍ଧି ପରବ 

  ସୁଖ ଭୋଗ ଭାଗ୍ୟ ନେଇ !!


Rate this content
Log in

Similar oriya poem from Classics