ରଜ ମଉଜ
ରଜ ମଉଜ
ଅମୃତ କାଳର ରଜ
ନୂଆ ଭାରତ ଏ ସଜ
ସଂସ୍କୃତି ସଂସ୍କାର ପରା ରଜ ମଉଜ
ଗାଆଁ ଗହଳିର ରଜ
ରହିଛି ହୋଇଣ ସଜ
ବାଜେ ମୃଦଙ୍ଗ ଦିଶୁଛି ଦୋଳି ରାଇଜ
କଟକଟ ହୁଏ ଆବାଜ
ଦୋଳି ଗୀତ ଶୁଣି ପରା ମନ ମଉଜ ।
ପୁରୁଣା ଏହୁ ସଂସ୍କୃତି
ରହିଛି ତାହାର ପ୍ରୀତି
ଦୋଳି ଖେଳି ଥିଲେ ଯେ ଅନାଦି ଅନନ୍ତ
ଦ୍ଵାପର ଯୁଗରେ ଯହିଁ
ରାଧାକୃଷ୍ଣ ରୂପେ ତହିଁ
ମନ ଛନଛନ ପର୍ବ ରଜ ପାଳନ
ଶୁଭୁଛିରେ ଦୋଳି ଗର୍ଜନ
ଦୋଳି ଗୀତ ଶୁଣି ହୁଏ ମନ ଉଚ୍ଛନ୍ନ ।
ରଜ ଏ ଓଡ଼ିଆଙ୍କର
ପର୍ବ ବିଚ୍ଛିନ୍ନାଞ୍ଚଳର
ବିଭିନ୍ନ ପିଠାପଣା ରେ ସମସ୍ତ ଘର
ଖୁସି ଆନନ୍ଦ ଅପାର
ଦୋଳିଖେଳ ଟି ତାଙ୍କର
ଘରେଘରେ ପାନର ସ୍ବାଗତ ପର୍ବର
ପୂଜନ କାଳିଆ ଠାକୁର
ଆରାଧ୍ୟ ଜଗା ଏହୁ ବିଚ୍ଛିନ୍ନାଞ୍ଚଳର ।
ଝାଉଁ ଝାଉଁ ରେ କିରଣ
ନିଆଁ ବୃଷ୍ଟିର ଅରଣ୍ୟ
ତଥାପି ରେ ଉତ୍ସାହିତ କୃଷକ ଜଣ
କରିବେ କୃଷି କର୍ମଣ
ଆନନ୍ଦିତ ମନ ପ୍ରାଣ
ଦୋଳିଗୀତଗାଇ ପୁଣି ଦୋଳିଝୁଲଣ
ଜଗାଙ୍କର କରି ପ୍ରଣାମ
ଚାଷକାର୍ଯ୍ୟ କରିବେସେ ଖୁସିହୋଇଣ ।
ରଜ ଖୁସି ଓ ମଉଜେ
ପହିଲି ଆଜିର ରଜେ
ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ରାଜ୍ୟେ
ବି ଚ୍ଛି ନ୍ନା ଞ୍ଚ ଳ ରୁ ହେଜେ
ପ୍ରେମ ଓ ପିରତି ବାଜେ
ଚକା ନୟନ ମହିମା ପରା ବିରାଜେ
ନାମ ତାଙ୍କ ବିଶ୍ବରେ ଗୁଞ୍ଜେ
ଦୋଳିଗୀତ ଓ କାହାଳୀ ମୃଦଙ୍ଗ ବାଜେ ।
