STORYMIRROR

Agni kumar Sahu

Abstract Others

3  

Agni kumar Sahu

Abstract Others

ରଜ ଦୋଳି ପର୍ବ

ରଜ ଦୋଳି ପର୍ବ

1 min
176


ଶୁଣ ମୋ ଭାଇ ଭଉଣୀ

ରଜ ଦୋଳି ଖେଳ ଆସିଛି ପୁଣି ଯେ

ବର୍ଷକ ଥରେ ଦୋଳି ବସାଣି ,ସଜନୀ ଗୋ।

ମିଥୁନ ସଂକ୍ରାନ୍ତି ଦିନ

ରଜ ଦୋଳି ଖେଳ ହୁଅଇ ପୁଣ ଗୋ

ପୋଡ଼ ପିଠା ସାଥେ ବିଡିଆ ପାନ ,ସଜନୀ ଗୋ ।

କୁଆଁରୀ ଝିଅଙ୍କ ପର୍ବ

ଘରେ ଘରେ ପୁରେ କେବେ ମଉଜ ଗୋ

ରଜ ପାଇଁ ହୁଏ ସଜବାଜ, ସଜନୀ ଗୋ।

ଉତ୍କଳର ଗଣପର୍ବ

ବାରମାସେ ତେର ହୁଅଇ ପର୍ବ ଗୋ

ଅନ୍ୟତମ ପର୍ବ ଅଟେ ରଜ, ସଜନୀ ଗୋ ।

କୃଷିଭିତ୍ତିକ ଏ ପର୍ବ

ଗ୍ରୀଷ୍ମ ପରେ ବର୍ଷା କରେ ସ୍ଵାଗତ ଗୋ

ଭୂମି ରଜସ୍ଵଳା ଏହି ପର୍ବ, ସଜନୀ ଗୋ।

ରଜ ହୁଏ ପାଞ୍ଚ ଦିନ

ରଜ ସଜବାଜ, ପହିଲି ରଜ ଗୋ

ତିନି ରଜ ସଂକ୍ରାନ୍ତି ଦିନ, ସଜନୀ ଗୋ।

ଚତୁର୍ଥରେ ଭୂମି ଦାହ

ବସୁମତୀ ସ୍ନାନ ପଞ୍ଚମ ଦିନ ଯେ

ଏହି ପରି ହୁଏ ସମାପନ, ସଜନୀ ଗୋ ।

ଚାଷୀ ର ଏହି ପରବ

ତିନିଦିନ ଚାଷୀ ନକରେ ହଳ ଯେ

ଭୂମି ରଜସ୍ଵଳାର ଏ ପର୍ବ , ସଜନୀ ଗୋ ।

ରଜ ଦୋଳି ତିଆରିଲି

ସୁନା ଭଉଣୀ ର ପରବ ବୋଲି ଯେ

ନୂଆ ବସନ ମୁହିଁ ଆଣିଲି , ସଜନୀ ଗୋ।

ଆସ ମୋ ଭାଇ ଭଉଣୀ

ଦୋଳି ଝୁଲିବ ମୋ ଗେହ୍ଲେଇ ରାଣୀ ଯେ

ଦୋଳି ଖେଳିବେ ସାଙ୍ଗ ଭଉଣୀ, ସଜନୀ ଗୋ ।


Rate this content
Log in

Similar oriya poem from Abstract