Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁଭଦ୍ରା ସିଂହ

Classics Fantasy Others

3  

ସୁଭଦ୍ରା ସିଂହ

Classics Fantasy Others

ରଜ ଆମ ପରମ୍ପରା

ରଜ ଆମ ପରମ୍ପରା

1 min
202


ନାନାଦି ସଂସ୍କୃତିରେ

ଶୃଙ୍ଗାରମୟ ଆମ ଭୁବନ,

ବିଭିନ୍ନତା ମଧ୍ୟେ ରହିଛି 

ଏକ ମାନବିକତା ର ମନ, 

ବାରମାସେ ତେର ପର୍ବ 

ଅସଂଖ୍ୟ ନୀତି ନିୟମ, 

ତିଥି ରୀତି ସମ୍ଭାରରେ 

ପାଳନ୍ତି ପରବ ମାନ, 

ଅନେକ ଶିକ୍ଷାର ଦୀକ୍ଷା 

ମିଳେ ପାର୍ବଣ ମଧ୍ୟୁଁ, 

ପରମ୍ପରା ଚାଟଶାଳୀ ରୂପେ 

ପ୍ରତୀତ ହୁଏ ଏଥୁଁ,

ରଜ ମଉଜର ଗାଥା 

ନାରୀ ସଜକୁ ବିହାଏ, 

କୁମାରୀ ତରୁଣୀ ଟିଏ 

କୁମୁଦିନୀ ପରି ଶୋଭା ପାଏ, 

ସାତ ସୂତ୍ର ରେ ସଜାଏ 

ନିଜ ସୁଢଳ କାନ୍ତି କୁ, 

ନୂତନତା ସୌରଭ ରେ 

ଭଣେ ସେ ନିଜକୁ, 

ନୂଆ ଆଭୂଷଣ ପୁଣି 

ନୂଆ ଯତ୍ନର ରାଗ, 

ପବର ଶିଖାଇ ଦିଏ 

ସୃଷ୍ଟି କେବଳ ଦୁହିତା ର ଅଙ୍ଗ ,

ଭାତୃତ୍ୱ ବି କରି ଥାଏ 

ନାରୀର ଗୁଣ ଗାନ, 

ଅଲିଅଳି ଦୁଲଣୀକୁ 

ଖେଳାଏ ଝୁଲଣ, 

ଏହା ହିଁ ତ !

ରଜ ଦୋଳି ର ମାନ 

ଏଠି ମୁକ ରହି ସଂସ୍କୃତି ବି 

ଦିଏ ନାରୀକୁ ସମ୍ମାନ। 


Rate this content
Log in

Similar oriya poem from Classics