STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଅର୍ଥନୀତିର ଅର୍ଥ

ଅର୍ଥନୀତିର ଅର୍ଥ

1 min
189


ମୁଦ୍ରାସ୍ଫୀତି ସୂଚକାଙ୍କ ଅଭିବୃଦ୍ଧି ଜିଡ଼ିପି

ରେପୋରେଟ୍ ଡି଼କଣ୍ଟ୍ରୋଲ୍ ମନିଟାରୀ ପଲିସି

ଏସବୁ କେତୋଟି କ୍ଲିଷ୍ଟ ଦୁର୍ବୋଧ୍ୟ ଶବ୍ଦାବଳୀ

ଖଟିଖିଆ ମେହନତି ଦିନମଜୁରିଆ ଶ୍ରମଜିବୀ

ସର୍ବହରା ଶ୍ରେଣୀର ମଣିଷ ପାଇଁକି ଭେଳିକି!!

ତା'ର ତେଲଲୁଣର ଅଭାବୀ ସଂସାରରେ

ବେଡି ଉପରେ କୋରଡ଼ା ମାଡ଼ ପରି ଶବ୍ଦପୁଞ୍ଜ

ହାତରେ ନମାରି ଅଗଣିତ ଗରିବଗୁରୁବାଙ୍କୁ

ଭାତରେ ମାରିବାର ଯୋଜନାବଦ୍ଧ ପ୍ରୟାସ

ଦାରିଦ୍ର୍ୟ ଦୂରୀକରଣର ଅମୋଘ ଅସ୍ତ୍ର!!

ମୁଣ୍ଡପିଛା ଆୟ ଓ ଅଭିବୃଦ୍ଧିର କୁହୁକ ଗଣିତ

ଜନତା ଜନାର୍ଦ୍ଦନର ମତିକୁ କରଇ ଭ୍ରମିତ

ବୁର୍ଜ୍ଜୁଆ ପାନକରେ ଅହରହ ଗରିବ ଶୋଣିତ

ଧନାଢ୍ୟ ପୁଞ୍ଜିପତି ଗୋଷ୍ଠୀର ବଢୁଥିବ ସମ୍ପଦ ଅବିରତ

ସର୍ବହରା ବେସାହାରା ଚିରକାଳ ହୋଇବ ନିଷ୍ପେଷିତ!!

ଯୋଜନାର ବିଲ୍ବ ବୃକ୍ଷେ ପାଚିଲେ କି ହେବ ବିଲ୍ବ

କାକ ଶାବକର କି ଅଛି ତହିଁରେ ଭଲ ଅବା ଭେଲ

ଦେଶରେ ଆର୍ଥିକ ବୈଷମ୍ୟବାଦର ସ୍ଥିତି ଯେ' ଉତ୍କଟ

ଉଦାରୀକରଣ ବଜାରବାଦର ଏଇ ତ ବିଭତ୍ସ ରୂପ

ଭାରତୀୟ କଲ୍ୟାଣକାରୀ ଅର୍ଥନୀତିର ଅସଲି ସ୍ବରୂପ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract