Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Mohanty

Classics

3  

Bhagirathi Mohanty

Classics

ବିନା କାଗଜରେ ଲେଖୁ ଅଛି ଚିଠି

ବିନା କାଗଜରେ ଲେଖୁ ଅଛି ଚିଠି

1 min
135



ବିନା କାଗଜ ରେ

ଲେଖୁଅଛି ଚିଠି,

ଆହେ ଜଗନ୍ନାଥ ସାଇଁ

ଝର କଲମ ମୋ

ଭ୍ରମର ବାପୁଡ଼ା,

ଫୁଲ ରେଣୁ ମୋର ସ୍ୟାହି ।


କେତେ ଅଳି ଅଛି

ଅଳପ ଲେଖୁଛି,

ପକେଇବ ଆଖି ଥରେ

ଯାଇ ମୁଁ ପାରୁନି

ଦେଖି ମୁଁ ପାରୁନି,

ପଡି ବିଷୟ ଜଞ୍ଜାଳେ।


ଭଙ୍ଗା କୁଡ଼ିଆରେ 

ରୋଗ ବେମାର ରେ,

କଟେ ଦିନ ରାତି ମୋର

କଲା କରମ ର

ଫଳ ଏହା ମୋର, 

ମୁହିଁ ଯେ ଦୋଷି ପାମର ।


ଭୁଲ୍ ଯେ ମୋହର

ଅଟଇ ଅପାର,

ଲୁଚେଇଲେ କି ଲୁଚୁଛି 

ମିଛ ସତ କଲି

ଧନ ଅରଜିଲି,

ସାକ୍ଷୀ ତୁମ ଚକା ଆଖି ।


ଟାକି ବସି ଅଛି

ହୋଇବି ମୁଁ ସୁଖୀ,

ବାରତା ଦେବ ସତ୍ତ୍ୱର

ପ୍ରାଣ ପକ୍ଷୀ ମୋର

ଉଡି ଯିବ ଖର,

ମିଶିବ ପଦ୍ମ ପୟର ।


Rate this content
Log in

Similar oriya poem from Classics