STORYMIRROR

Sushree sangita Swain

Abstract

3  

Sushree sangita Swain

Abstract

ରିକସାବାଲା

ରିକସାବାଲା

1 min
11.9K

ଧୂଧୂ ବୈଶାଖୀ ଖରା

ଆଷାଢ଼ ର ରିମ ଝିମ ବର୍ଷା

ମାଘ ମାସ ହାଡଭଙ୍ଗା ଶୀତ

ସବୁ କିଛି ପଛରେ ପକାଇ

ଚାଲିଥାଏ ଖାଲ ଢିପ ଗଡ଼ାଣି

ରାସ୍ତାରେ ପାଦ ଦୁଇ,

ନର୍ତକ ଛନ୍ଦ ରେ ପେଡାଲ ଉପରେ

ସେ ରିକସାଵାଲା |

ସଵାରୀର ବୋଝ ନିଏ ବୋହି

ଜାନକୀର୍ଣ୍ଣ ସହର ର ଏ ଗଳି ସେ ଗଳି

ମୁଁହରେ ତା ଦୁର୍ବୋଧ୍ୟ ସଂଗୀତ

ସତେ ଅବା ପୃଥିବୀ ର ସର୍ବଶ୍ରେଷ୍ଠ ସୁଖୀ |

ରାତିରେ ଘରକୁ ଫେରେ

ଅବସନ୍ନ ହାତ ପାଦ ଅବଶ ଶରୀର

ତେଲ ଲୁଣ ସଂସାର ମାଡ଼ିବସେ ତାକୁ

ସ୍ତ୍ରୀ ର ଫୁଙ୍ଗୁଳା ଦେହ, ଭୋକିଲା ଛୁଆ ଙ୍କ ମୁଁହ

ବିଷର୍ଣ୍ଣ କରେ ସତେ

ଫାଙ୍କା ଚାଳ ଦେଇ ଜହ୍ନ

କରେ ପରିହାସ, ସେ ମାଡିଯାଏ

ଆଗକୁ, ସେଇ ପରିଚିତ ଠିକଣା କୁ

ନାଲି ପାଣି ପଡିଲେ ପେଟ ରେ

ଦୁଃଖ ସବୁ ଲୁଚିଯିବ

ଜାଣିଛି ସେ କିଛି ବି ଚମତ୍କାର ହେବାର ନାହିଁ

ତା ଜୀବନ ଅମାବାସ୍ୟା ର ଅନ୍ଧକାର

ମଲା ଯାଏଁ ଦୁଃଖ ଦୈନ୍ୟ ଘୁଂଚିଵାର ନାହିଁ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract