STORYMIRROR

Geetanjali Prusty

Abstract Children

4  

Geetanjali Prusty

Abstract Children

ରୀତିକବି ଦୀନକୃଷ୍ଣ ଦାସ

ରୀତିକବି ଦୀନକୃଷ୍ଣ ଦାସ

1 min
237


ରୀତିଯୁଗ କବି ଦୀନକୃଷ୍ଣ ଦାସ

ଜନମିଲ ଜଳେସ୍ଵରେ

ଜଗନ୍ନାଥ ଭଣି ଭକ୍ତିସୁଧା ବୁଣି

ସରଜିଲ ଓଡ଼ିଆରେ ll


ବାଲ୍ୟ କାଳୁ ଗଲ ଶ୍ରୀକ୍ଷେତ୍ରକୁ ଚଳି

ଶ୍ରୀଜଗନ୍ନାଥ ଙ୍କୁ ଧ୍ୟାୟୀ

ଛନ୍ଦ କାବ୍ୟ ରଚି କୃଷ୍ଣ ଲୀଳାମୃତ

ଇତିହାସେ ଗଲ ରହି  ll


ବ୍ରାହ୍ମଣୀକୂଳରେ ଢେଙ୍କାନାଳଠାରେ

ସାଧନାରେ ହେଲେ ରତ

ବୁଲିବୁଲି ତୁମେ ଜୀବନ କାଟିଲ

ଲେଖି ଭକ୍ତି ରସାମୃତ ll


ସେହି ଅମୃତକୁ ପାନକରି ତୁମେ

ସାଧକ ସନ୍ୟାସୀ ତୁଲ

ମଠ ମନ୍ଦିରରେ ସମୟ କାଟିଲ

ସଂସାରକୁ ଭୁଲିଗଲ ll


ଗଜପତି ରାଜା ଦେଖାଇଲେ ଲୋଭ

ଧନ, ଗ୍ରାମ, ରାଜ୍ୟ ଦେବେ

ତାଙ୍କ ନାମେ ଭଣି କବିତା ରଚିଲେ

ପୁରସ୍କୃତ କରାଇବେ ll


ନଥିଲା ତୁମର ଧନ ଜନ ଲୋଭ

ଥିଲା ସ୍ୱାଭିମାନ ଭକ୍ତି

ରାଜଭୟ ଛାଡ଼ି ସଂରଚିଲ ତୁମେ

ସାହିତ୍ୟକୁ କରି ଶକ୍ତି ll


ଏଥି ଯୋଗୁଁ ତୁମେ ବିରୋଧ ସହିଲ

ରାଜସଭା ପଣ୍ଡିତରେ

ବନ୍ଦୀହେଲ ତୁମେ କାରାଗାରେ ଗଲ

କିଛିଦିନ ନିର୍ଦ୍ଦୋଷରେ ll


ଭୋକ ଉପବାସେ ସମୟ କାଟିଲ

ଜରା ଜର୍ଜରିତ ହୋଇ

ସ୍ୱୟଂ ଜଗନ୍ନାଥ ମିଷ୍ଟାନ୍ନ ଖୋଇଲେ

ରାଜାଙ୍କୁ ସପନେ କହି ll


ଶୁଣି ସ୍ୱପ୍ନାଦେଶ ଉତ୍କଳ ନରେଶ

କରିଲେ ବନ୍ଦୀରୁ ମୁକ୍ତି

ରଚିଗଲ ତୁମେ ଅନେକ କବିତା

ସ୍ମରି ଜଗନ୍ନାଥ ଭକ୍ତି ll


ବଙ୍ଗଳାର କାବ୍ୟ ବିଦ୍ୟା ସୁନ୍ଦରଠୁ

ଓଡ଼ିଆ ରସ କଲ୍ଲୋଳ

ଶ୍ରେଷ୍ଠତା ତୁମର ପ୍ରତିପାଦି ଥିଲ

ପରାକାଷ୍ଠା ଦେଖାଇଲ ll


ଘେନ ପ୍ରଣିପାତ ତୁମେ କବି ଭକ୍ତ

ଘେନ ମୋର ଶ୍ରଦ୍ଧାଞ୍ଜଳି

ଯୁଗ ଯୁଗ ପାଇଁ ତୁମ କୀର୍ତ୍ତିରାଜି

ରସାମୃତ ଦେଉ ବୋଳି ll 


Rate this content
Log in

Similar oriya poem from Abstract