STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ରହସ୍ୟ

ରହସ୍ୟ

1 min
164


ମିଛ ମାୟାର ଏ ସଂସାର

ବୁଝିଛ ବୁଝିଛ କି ଏହାର ରହସ୍ୟ

କାହିଁକି କରୁଛେ ଆମେ

ଓଷା ଉପବାସ

ବୁଝିଛ କି ବୁଝିଛ ଏହାର ରହସ୍ୟ ?


ନୀତି ନୈତିକତାରେ

ବଞ୍ଚୁଥିବା ମଣିଷର ଜୀବନକୁ

ବୁଝିଛ କି ବୁଝିଛ କି

ଏ ଜୀବନର ମାନେ ରହସ୍ୟ ?


ସତ୍ ପଥେ ଚାଲୁଛି

ଧର୍ମ ପଥେ ଚାଲୁଛି କାହିଁକି

ଏ ମଣିଷ ଜାତି

କେବେ ବୁଝିବାକୁ ଚେଷ୍ଟା କରିଛ କି

ସତ୍ୟ ନ୍ୟାୟ ପଥର ଚାଲିବାର

ଉକ୍ତିକୁ ବୁଝିଛ କି ବୁଝିଛ କି

ଏହାର ରହସ୍ୟ ?


ଧନ ସମ୍ପଦରେ ଆକୃଷ୍ଟ ନ ହୋଇ

ତ୍ୟାଗପୂତ ଜୀବନ ବଞ୍ଚିବାର ଅର୍ଥ

କେବେ ବୁଝିଛ କି ବୁଝିଛ କି

ମାତୃଭୂମି ମାତୃଭାଷାରେ ମମତା ରେ

ଆନନ୍ଦର ମୂଲ୍ୟ କେବେ

ବୁଝିଛ କି ବୁଝିଛ କି

ଏ ସବୁର ରହସ୍ୟ ।


 ଦେଶ ମାତୃକାର ସେବା କରିବାର

ଆନନ୍ଦ କୁ କେବେ

 ଉପଲବ୍ଧି କରିଛ କି

ଜୀବନ ଜୀବିକା ପାଇଁ

ନିଜ ସ୍ଵାର୍ଥକୁ ବଳି ଦେଇ

ଅନ୍ୟ ପାଇଁ କେବେ ଯୁଝିଛ କି

ଶ୍ରମିକ କୃଷକର ଦୁଃଖ ଦୁର୍ଦ୍ଦଶାରେ

କେବେ ହଜିଛ କି

ଆଦିବାସୀ ହରିଜନଙ୍କ

ଦୁଃଖ ମଧ୍ୟେ କେବେ ହଜିଛ କି

ମଣିଷ ଜାତିର ମା ମାଟିର ଯନ୍ତ୍ରଣା

ବୁଝିଛ କି କେବେ ବୁଝିଛ କି

ବୁଝିଛ କେବେ ଦୁଃଖୀ ଆଖିରେ

ଯନ୍ତ୍ରଣାର ହସ

ବୁଝିଛ କେବେ ଦୀନ ଦରିଦ୍ରଙ୍କ

ମନ ଓ ହୃଦୟର ରହସ୍ୟ ?



Rate this content
Log in

Similar oriya poem from Abstract