STORYMIRROR

Barsha Swain

Tragedy Others

3  

Barsha Swain

Tragedy Others

ରେ ସମୟ!

ରେ ସମୟ!

1 min
202

                     


ରେ ସମୟ ତୁ କେଡେବେଗେ ଚାଲିଗଲୁ

ଯାଉ ଯାଉ ଏମିତି କିଛି ସ୍ମୃତି ଦେଇଗଲୁ

ଯାହାକୁ ମନ ଚିରଦିନ ମନେରଖିଥିବ

ସମ୍ପର୍କ ରକ୍ତର ନୁହେଁ, ଏ ତ ହୃଦୟର 

ବନ୍ଧୁତା ତାର ନାଁ। 


ତୋ ପାଇଁ ମୋର ଅନେକ ପ୍ରଶ୍ନ 

ଏଡେ ନିଷ୍ଠୁର ତୁ କେମିତି ହେଲୁ ?

ଆଖିର ପଲକ ପଡି ଉଠୁ ଉଠୁ

କେଡେ ବେଗେ ତୁ ଚାଲିଗଲେ ? 

ତିନିବର୍ଷର ଅନୁଭୁତି ସବୁ

ଏଇ କେଇ ଧାଡ଼ି କବିତା କଣ ବା ବ୍ଯାଖ୍ଯା କରିବ ?

ମୋ କଲମ ଆଜି ନିଃସହାୟ 

ପୁଳା ପୁଳା ସ୍ମୃତିର ଢେଉରେ

ଭାସିଯାଏ ମନ.......... 

କଣ ବା ଲେଖିବି କଣ ନଲେଖବି

ସ୍ଥିରକରି ହୁଏନି ଜମା ।


ସଭିଏଁ କୁହନ୍ତି ତତେ 

ବିଦାୟ ନେଇ ଯିବାକୁ ହେବ ଦିନେ

ଦେଖ ଏଇ ଦିନ ବି ଆସିଗଲା

ଏତେ ଶୀଘ୍ର ସବୁ ଶେଷ ହେଇଗଲା

ବିଶ୍ୱାସ କରିହୁଏନି ଆଜି। 


ଗ୍ରାଜୁଏସନ୍ ଶେଷ ଏବେ, 

ହଷ୍ଟେଲରୁ ବିଦାୟନେବବାକୁ ହେବ

ହେଲେ ଆଖି ଆଜି ଲୋତକାପ୍ଲୁତ

ଓଠ ଆଜି ନୀରବ, 

ଭାଷା ନାହିଁ ତା ପାଖେ କହିବାକୁ ତତେ

ରେ ସମୟ ତୁ କେମିତି ହେଲୁ ଏଡେ ନିର୍ଦ୍ଦୟ ! 

ଏତେ ଶୀଘ୍ର ତୁ ଛଡେଇନେଲୁ ......

କେମିତି ଏ ଖୁସିର ମୁହୂର୍ତ୍ତଗୁଡା

ଏଇ କାଲି ମନେହୁଏ ମୋର ଆସିବା ଦିନଟି

ହେଇ ଆଜି ଆମେ ନେଉଛୁ ବିଦାୟ। 


ଦୂରତା ଆସିପାରେ ବନ୍ଧୁ ସମ୍ପର୍କରେ 

କିନ୍ତୁ ସମ୍ପର୍କ ଚିର ସ୍ମରଣୀୟ ହେଉ

ଦୃଢ ହେଉ ଏ ଦୋସ୍ତି। 


ସତରେ..... ସ୍ମୃତି ତୁମେ ବିଦଗ୍ଧ ଅକ୍ଷର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy