ରେ ସମୟ!
ରେ ସମୟ!
ରେ ସମୟ ତୁ କେଡେବେଗେ ଚାଲିଗଲୁ
ଯାଉ ଯାଉ ଏମିତି କିଛି ସ୍ମୃତି ଦେଇଗଲୁ
ଯାହାକୁ ମନ ଚିରଦିନ ମନେରଖିଥିବ
ସମ୍ପର୍କ ରକ୍ତର ନୁହେଁ, ଏ ତ ହୃଦୟର
ବନ୍ଧୁତା ତାର ନାଁ।
ତୋ ପାଇଁ ମୋର ଅନେକ ପ୍ରଶ୍ନ
ଏଡେ ନିଷ୍ଠୁର ତୁ କେମିତି ହେଲୁ ?
ଆଖିର ପଲକ ପଡି ଉଠୁ ଉଠୁ
କେଡେ ବେଗେ ତୁ ଚାଲିଗଲେ ?
ତିନିବର୍ଷର ଅନୁଭୁତି ସବୁ
ଏଇ କେଇ ଧାଡ଼ି କବିତା କଣ ବା ବ୍ଯାଖ୍ଯା କରିବ ?
ମୋ କଲମ ଆଜି ନିଃସହାୟ
ପୁଳା ପୁଳା ସ୍ମୃତିର ଢେଉରେ
ଭାସିଯାଏ ମନ..........
କଣ ବା ଲେଖିବି କଣ ନଲେଖବି
ସ୍ଥିରକରି ହୁଏନି ଜମା ।
ସଭିଏଁ କୁହନ୍ତି ତତେ
ବିଦାୟ ନେଇ ଯିବାକୁ ହେବ ଦିନେ
ଦେଖ ଏଇ ଦିନ ବି ଆସିଗଲା
ଏତେ ଶୀଘ୍ର ସବୁ ଶେଷ ହେଇଗଲା
ବିଶ୍ୱାସ କରିହୁଏନି ଆଜି।
ଗ୍ରାଜୁଏସନ୍ ଶେଷ ଏବେ,
ହଷ୍ଟେଲରୁ ବିଦାୟନେବବାକୁ ହେବ
ହେଲେ ଆଖି ଆଜି ଲୋତକାପ୍ଲୁତ
ଓଠ ଆଜି ନୀରବ,
ଭାଷା ନାହିଁ ତା ପାଖେ କହିବାକୁ ତତେ
ରେ ସମୟ ତୁ କେମିତି ହେଲୁ ଏଡେ ନିର୍ଦ୍ଦୟ !
ଏତେ ଶୀଘ୍ର ତୁ ଛଡେଇନେଲୁ ......
କେମିତି ଏ ଖୁସିର ମୁହୂର୍ତ୍ତଗୁଡା
ଏଇ କାଲି ମନେହୁଏ ମୋର ଆସିବା ଦିନଟି
ହେଇ ଆଜି ଆମେ ନେଉଛୁ ବିଦାୟ।
ଦୂରତା ଆସିପାରେ ବନ୍ଧୁ ସମ୍ପର୍କରେ
କିନ୍ତୁ ସମ୍ପର୍କ ଚିର ସ୍ମରଣୀୟ ହେଉ
ଦୃଢ ହେଉ ଏ ଦୋସ୍ତି।
ସତରେ..... ସ୍ମୃତି ତୁମେ ବିଦଗ୍ଧ ଅକ୍ଷର ।