STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ରଚନା କରିବି ସମାଜ କଲ୍ୟାଣେ

ରଚନା କରିବି ସମାଜ କଲ୍ୟାଣେ

1 min
367

ଜନମ ଦେଉଛୁ ହେ ଚକାନୟନ,

ଦେଇ ଅଛୁ ଜ୍ଞାନ ତୁ ମଧୁସୂଦନ ।


ରଚନା କରିବି ସମାଜ କଲ୍ୟାଣେ

କୁ ସଂସ୍କାର ଦୂର କବିତା ମାର୍ଗଣେ ।


ନୁହେଁ ଏ ଜୀବନ ଯହିଁ ଚିର ଦିନ,

ଅଛି ଆଜି କାଲି ହୋଇଯିବ ଶୁନ୍ୟ ।


କାହିଁ ପାଇଁ କରୁ ତୁହି ଅଭିମାନ

ମୋର ମୋର କହି ବ୍ୟତୀତ ଜୀବନ ।


ଲଙ୍ଗଳା ଆସିଛୁ ଯିବ ତୁ ଲଙ୍ଗଳା,

ନ ଯିବେ ସଂଗରେ ଯିବୁ ତୁ ଏକଲା ।


କର୍ମ ଥିଲେ ଭଲ ସ୍ମୃତି ରହି ଯିବ,

ପଡୁ ଥିବ ମନେ ନାମ ଗୁଞ୍ଜୁ ଥିବ ।


ସତ୍ୟ କର୍ମ କରି ସତ୍ୟ ମାର୍ଗେ ଥିବୁ

ହିଂସା ଅହଂକାର ଅନ୍ୟେ ନ କରିବୁ ।


କହିବୁନି କେବେ ମିଥ୍ୟା ତୁ ବଚନ,

ନିତ୍ୟେ ଧର୍ମ କର୍ମେ ରଖି ଥିବୁ ମନ ।


କଥା ବଡ଼ ବଡ଼ କହିବୁନି କେବେ 

ରଖିବୁ ବଚନ କହି ଥିବୁ ଯେବେ ।


ଆଗୁଆ ରହିବୁ କର୍ତ୍ତବ୍ୟର ପଥେ 

କର୍ମ କରୁ ଥିବୁ ନିଜର ସାମର୍ଥ୍ୟେ ।


କହି ଥିବା କଥା କରିବୁ ପୂରଣ,

ମିଛୁଆ ବଲିଣ କହିବେନି ଜନ ।


ଉପଦେଶ ନେବୁ ବୃଦ୍ଧ ଜନ ଠାରୁ

କରିବୁ ପାଳନ ନିଜ ବିବେକରୁ ।


କାହିଁରେ ବିପଦ ବିଜୟ ତୁ ହେବୁ 

ଗୁରୁ ଜନ କଥା ନିଶ୍ଚୟ ଶୁଣିବୁ ।


ହୀନ ଦୃଷ୍ଟିରେ ତୁ ଦେଖିବୁନି କାରେ

ସଭିଙ୍କୁ ଦେଖିବୁ ସମାନ ନଜରେ ।


ମାୟା ଏ ସଂସାର ମୂଲ୍ୟ ନାହିଁ କିଛି

ଆଜି ଅଛି କାଲି ନ ରହିବ କିଛି ।


କରୁଛି ସବୁତ ଜଗା ସେ ଠାକୁର

ରଖି ଥିବୁ ଧ୍ୟାନ ତାଙ୍କୁ ନିରନ୍ତର ।


ଭକ୍ତି କରୁ ଥିବୁ ଚରଣେ ତାଙ୍କର,

ଅନାଦି ଅନନ୍ତ ବ୍ରହ୍ମାଣ୍ଡ ଠାକୁର ।


Rate this content
Log in

Similar oriya poem from Abstract