STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ରାଷ୍ଟ୍ରୀୟ କୃଷକ ଦିବସ

ରାଷ୍ଟ୍ରୀୟ କୃଷକ ଦିବସ

1 min
360


ପବିତ୍ର ଦିବସ କୃଷକ ଦିବସେ

  କୃଷକ ସମ୍ମାନେ ଆଜି,

ଶୁଭକାମନଟି ରାଷ୍ଟ୍ରର କୃଷକେ

   ଅନ୍ନଦାତାଙ୍କୁ ଟି ଆଜି।


ଚାଷିଙ୍କ ମହତ୍ତ୍ଵ ବେଶି ସବୁଠାରୁ

   ରାଷ୍ଟ୍ରକୁ ଅନ୍ନ ଦିଅଇ,

ଦିନରାତ୍ର ସେହୁ କଷ୍ଟକୁ ସହିଣ

   ଜନଙ୍କ ପେଟ ଭରଇ।


ଶୀତ ଋତୁ ହେଉ ଅବା ବର୍ଷା ଋତୁ

  ହେଉ ଅବା ଗ୍ରୀଷ୍ମ ଋତୁ

ଦିଏଟି ଯୋଗେଇ ଅନ୍ନକୁ ଦେଶରେ

  କରେ କାର୍ଯ୍ୟ ସବୁ ଋତୁ।

  

ଅଟେ ପରିଶ୍ରମ କର୍ମଯୋଗୀ ଅଟେ

  ଅହରହ କର୍ମେ ଧ୍ୟାନ,

ଋତୁର ଯନ୍ତ୍ରଣା ନପଡେ ତାହରେ

  କୃଷିକାର୍ଯ୍ୟେ ନିତ୍ୟେ ଧ୍ୟାନ।


ବୈଜ୍ଞାନିକ ରୀତି ହୋଇଲାଟି ଏବେ

  ବିଜ୍ଞାନ ରୀତିରେ ଚାଷ,

ତାଙ୍କର ସାହାଯ୍ୟ ହେଉ ଅଛି ଏବେ

  ଧ୍ୟାନେ ସରକାର ଚାଷ।


ଆବଶ୍ୟକ ଯାହା ଚାଷର ନିମନ୍ତେ

  ଦିଏ କେନ୍ଦ୍ର ସରକାର,

ଆତ୍ମନିର୍ଭରଟି କରିବେ ଚାଷୀଙ୍କୁ

  ଧ୍ୟାନ ପଡ଼ିଛି ପ୍ରଖର।


ଆତ୍ମନିର୍ଭରଟି ହୋଇଲେ କୃଷକ

   ଆତ୍ମନିର୍ଭରଟି ରାଷ୍ଟ୍ର,

ତେବେ ସିନା ହେବ ରାଷ୍ଟ୍ର ବିଶ୍ବ ଗୁରୁ

   ଶକ୍ତିଶାଳୀ ହେବ ରାଷ୍ଟ୍ର।


ପର ହିଂସା ନାହିଁ ଜୀବନେ ତାହାର

   ସତ୍ୟ ପଥଗାମୀ ସେହୁ,

ଛଳ ଓ କପଟ ନାହିଁ ତା ହୃଦୟେ

   ଧର୍ମପଥଗାମୀ ସେହୁ।


ପ୍ରଭୁ ଭକ୍ତି ତାର ଜୀବନର ମନ୍ତ୍ର

   ସ୍ବାର୍ଥେ ନଥାଏଟି ମନ

ଜନ କଲ୍ୟାଣରେ ନିରନ୍ତର ଧ୍ୟାନ

   ରଖେ ଚାଷକାର୍ଯ୍ୟେ ମନ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

   ଚାଷୀ ଭାଇଙ୍କୁ ଟି ଆମ,

ଖୁସି ଆନନ୍ଦରେ ରୁହନ୍ତୁ ସେମାନେ

   ଜଗନ୍ନାଥେ ଭକ୍ତି ଆମ।



Rate this content
Log in

Similar oriya poem from Abstract