ରାଷ୍ଟ୍ର ବାଳିକା ଦିବସ
ରାଷ୍ଟ୍ର ବାଳିକା ଦିବସ
ହେଉ ଶୁଭମୟ ବାଳିକା ଦିବସ
ଆଦର ତାଙ୍କରି ହେଉ,
ନିଜମାତୃଭାଷା ପଢ଼ନ୍ତୁ ସେମାନେ
ସୁବିଧା ଶିକ୍ଷାର ଥାଉ।
ଜନନୀ ଭାଷାରେ ମିଳୁ ଶିକ୍ଷା ତାଙ୍କୁ
ସରକାର ଧ୍ୟାନ ଦେଉ,
ଶିକ୍ଷା ହିଁ ଭବିଷ୍ୟ ଶିକ୍ଷିତ ହୁଅନ୍ତୁ
ଜ୍ଞାନ ମାତୃଭାଷା ଥାଉ।
ହୁଅନ୍ତୁ ବାଳିକା ଆତ୍ମନିର୍ଭରରେ
ବ୍ୟବସ୍ଥା ତାଙ୍କରି ହେଉ,
ଲେପନ କରନ୍ତୁ ଭାଷାର ଚନ୍ଦନ
ଆଦର ଭାଷାର ଥାଉ।
ଛାତ୍ରଛାତ୍ରୀ ମଧ୍ୟେ ଭାଷାର ପ୍ରଦୀପ
ପ୍ରଜ୍ବଳିତ କର ନିତି,
ତେବେ ହିଁ ବିକାଶ ହୋଇବ ତାଙ୍କର
ତାଙ୍କରି ହେବ ପ୍ରଗତି।
ହୁଅନ୍ତୁ ବାଳିକା ଶକ୍ତିଶାଳୀ ରାଷ୍ଟ୍ରେ
ଅଗ୍ରଣୀ ଟି ସବୁ କ୍ଷେତ୍ରେ,
ବିଶ୍ବଗୁରୁ ହେବ ତେବେ ହିଁ ଭାରତ
ଦେଖିବା ଆମରି ନେତ୍ରେ।
ପ୍ରତିଜ୍ଞା କରିବା ବାଳିକା ଦିବସେ
ଝଡ଼ଝଞ୍ଜା ଆସୁ ଯେତେ,
ଜନନୀର ଭାଷା ବୋଳିବା ଶିକ୍ଷାରେ
ନୂଆ ଏ ଆମ୍ଭ ଭାରତେ।
ଗଢିବା ବାଳିକା ଲକ୍ଷ୍ମୀ ବାଇ ପରି
ଗୁଣରେହି ପରିପୂର୍ଣ୍ଣ,
ସାର୍ଥକ ହୋଇବ ବାଳିକା ଦିବସ
ରଖିବା ଧ୍ୟାନ ସମ୍ପୂର୍ଣ୍ଣ।
ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି
ବାଳିକା ଦିବସେ ଆମ୍ଭ,
ଇଚ୍ଛା ଆମ୍ଭ ଏହୁ ବିଚ୍ଛିନ୍ନାଞ୍ଚଳରୁ
ବାଳିକା ଆମ୍ଭରି ସ୍ତମ୍ଭ।
