Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ରାସ ପୂର୍ଣ୍ଣିମା

ରାସ ପୂର୍ଣ୍ଣିମା

1 min
6



କାର୍ତ୍ତିକ ମାସର ପୂର୍ଣ୍ଣିମାର ନାମ

ରାସ ପୂର୍ଣ୍ଣିମାଟି ଇଏ

ମାସଟି ଯାକ ସେ ବ୍ରତ କରି ଶେଷେ

ଦେବ ଦରଶନ ଯାଏ ।


ଧର୍ମ ମାସ ହୁଏ ଏ ମହାକର୍ତ୍ତିକ

ଦାନ ଧର୍ମ କରେ ଯିଏ

ମାସକ ଯାକର ଯେତେ ପୂଣ୍ୟ ତାର

ଏକା ଥରେ ପାଏ ସିଏ ।


ଛଳନା କପଟୁ ଦୂରେଇ ରହି ଯେ

ସତ୍ୟ ପଥେ ଚାଲୁ ଥାଏ

ରାସ ପୂର୍ଣ୍ଣିମାରେ ବୁଡ ପକେଇ ସେ

ପୁଣ୍ୟ ଫଳ ପାଇଥାଏ ।


ରାସ ପୂର୍ଣ୍ଣିମାର ଶେଷ ପାଞ୍ଚ ଦିନ

ପଞ୍ଚୁକରେ ଖ୍ୟାତ ଥାଏ

ଏଇ ପାଞ୍ଚ ଦିନ ବଗ ବଗୁଲୀ ବି

ଆଇଁଷକୁ ଛାଡି ଦିଏ ।


ରାସ ପୂର୍ଣ୍ଣିମାରେ ପାହାନ୍ତା ପହରୁ 

ଜଳାଶୟେ ବୁଡ ଦିଏ

ଆ କା ମା ବୈ ପାନ ଗୁଆ ଥୋଇ

ଡଙ୍ଗାକୁ ଭସେଇ ଥାଏ ।


 ଦିନକୁ ଆଗରୁ ମହାଦେବଙ୍କର 

ବଜଓଷା ହୋଇଥାଏ 

ରାସ ପୂର୍ଣ୍ଣିମାରେ ଦେବ ଦରଶନ

କରି ବ୍ରତ ତା ଉଜାଏ ।


ପଞ୍ଚୁକରେ ପ୍ରଭୁ ଜଗନ୍ନାଥଙ୍କର

ପାଞ୍ଚ ଗୋଟି ବେଶ ହୁଏ

ରାଇ ଦାମୋଦର ବେଶକୁ ଦର୍ଶନ 

ଭକତଟି କରି ଥାଏ ।


ଉତ୍କଳ ଗୌରବ ଐତିହ୍ୟ ସଂସ୍କୃତି 

ବୋଇତ ବନ୍ଦାଣ ହୁଏ

ଧର୍ମ ପୁଣ୍ୟମୟ ଏ ରାସ ପୂର୍ଣ୍ଣିମା 

ମୁକତି ପଥଟି ଇଏ ।



Rate this content
Log in

Similar oriya poem from Abstract