STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ରାମରାଜ୍ୟ

ରାମରାଜ୍ୟ

1 min
240

ରାଗ :କଲ୍ୟାଣ ଆହାରୀ


ସତେକି ଆସିଲା ରାମରାଜ୍ୟ ଭାଇ

ପରତେ ତାହା ହେଉଛି,

ନିଅଁଟ ଅଭାବ ନ ଶୁଭେ କର୍ଣ୍ଣରେ

ଶାସନ ତାହା କହୁଛି।

ଭ୍ରଷ୍ଟାଚାର ନାହିଁ ସୁବିଧା ମିଳୁଛି

ବନ୍ଧୁ ଡିଜିଟାଲ ତାହାସେ କରୁଛି 

ଅମୃତ କାଳ ଆସିଛି।


ନୂଆ ରାଷ୍ଟ୍ରେ ହୁଏ ଗରିବ କଲ୍ୟାଣ

ଉନ୍ନତି ତାଙ୍କ ହେଉଛି,

ହୋଇସେ ସବଳ ବିକଶିତ ଏବେ

ଗର୍ବିତ ରାଷ୍ଟ୍ର କରୁଛି।

କହିଲେ ନ ସରେ ଗାଆଁର ବିକାଶ

ମୋହୁଅଛିଛଟା ମୋହୁ ଅଛି ଦୃଶ୍ୟ

ରାମରାଜ୍ୟ ଏ ସାଜିଛି।


ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟର ପାଇଁ

ଟି ବରଦାନ ହୋଇଛି,

ପାଞ୍ଚ ଲକ୍ଷ୍ୟ ଯହିଁ ଶାସନ ସୁବିଧା

ଗରିବ ସ୍ବାସ୍ଥ୍ୟ ହେଉଛି।

ସମ୍ମାନର ପାଣ୍ଠି କୃଷକ ପାଉଛି

ଝିଅଙ୍କ ଶିକ୍ଷାରେ ସୁବିଧା ମିଳୁଛି

ପ୍ରଗତି ରାଷ୍ଟ୍ର କରୁଛି।


ହିଂସା ଅହଙ୍କାର ଅଦୃଶ୍ୟ ହେଉଛି

ପ୍ରେମର ଭାବ ଗୁଞ୍ଜୁଛି,

ଶାନ୍ତିର ସନ୍ଦେଶ ବିଶ୍ବକୁ ଦେଉଛି

ଉତ୍ତମ କାର୍ଯ୍ୟ ହେଉଛି।

କରୁଣା ସତେ କି ହେଲା ରାମଙ୍କର

ମନ୍ଦିର ନିର୍ମାଣ ହୁଏ  ତାହାଙ୍କର

ଭାରତ ଦିଶେ ସୁନ୍ଦର।


ହୁଏ ବିଶ୍ବଗୁରୁ ବିଶ୍ବରେ ଆଦର

ଭାରତ କଥା ଶୁଣନ୍ତି,

ରାଷ୍ଟ୍ରର ସଂସ୍କୃତି ଆଦର ବିଶ୍ବରେ

ଗ୍ରହଣ ତାହା କରନ୍ତି।

ଦାରୁବ୍ରହ୍ମ ଦିଏ ଭକ୍ତିର ସନ୍ଦେଶ

କୃଷ୍ଣ ଦେଉଥାନ୍ତି ପ୍ରେମର ଆଶିଷ

ରାମଙ୍କ ଶାସନ ଦୃଶ୍ୟ।




Rate this content
Log in

Similar oriya poem from Abstract