ରାମାୟଣରୁ ପଦେ ପାଷାଣରୁ ମୁକ୍ତି
ରାମାୟଣରୁ ପଦେ ପାଷାଣରୁ ମୁକ୍ତି
ସେ ଅହଲ୍ୟା ସତୀ ବିନା ଦୋଷରେ,
ଥିଲା ଶିଳା ପାଲଟି ଚାହିଁ ରହି ଥିଲା,
ସେ ପୟରଙ୍କୁ ଯିଏ ମୁକ୍ତ,ଦେବ
ତାକୁ ଆସିଲା ସମୟଙ୍କୁ ॥
ରାମ, ଲକ୍ଷ୍ମଣ ମୁନି ଚାଲନ୍ତି ବାଟ,
ଗଣି ଗଣି ବାଜିଲା ସେହି କ୍ଷଣି,
ରାମଙ୍କ ପୟର ଶିଳାରେ ପୁଣି,
ସଂଗେ ସଂଗେ ନାରୀ ହେଲା କିପରି ॥
ସେ ସ୍ୱୟଂ ନାରାୟଣ ନର ଜାଣେ,
ତାଙ୍କ ଗୁଣ, ଚାରିଆଡେ ହେଲା,
ପଚାରିତ ଶୁଣି ଆଚମ୍ବିତ ହେଲେ,
ଜନମତ ଏହା ହିଁ ସତ୍ୟବନ୍ତ ॥
କିମ୍ବା ଜଣା ଥିଲା ପାଷାଣ ନାରୀ ଥିଲା,
ଯାହା ଶୁଣି ଦେଖି ପୁରାଣରେ ଗାଥା
ହେଲା, ସ୍ୱାମୀଙ୍କ ଅଭିଶାପ ପାଇଁ,
ଅହଲ୍ୟା ପୁନଃ ସତୀ ବୋଲଇ ॥
ଦେଖି ଅହଲ୍ୟାର ରୂପ ଯୌବନ,
ଲୋଭାରେ ପଡିଲେ ରାଜା ଇନ୍ଦ୍ର
ଯାହା ରୂପରେ ସେ ସତୀତ୍ୱ ବୋଲା ଏ
ଆସି ପ୍ରବେଶିତ ହେଲେ କଳା ତମ ॥
ଜଣା ନଥିଲା ସେ ଅହଲ୍ୟା ସତୀକୁ,
ଯାହା ରଚିତ ଥିଲା ରାଜା ଇନ୍ଦ୍ରଙ୍କୁ
ସହଳ ସ୍ନାନରୁ ଫେରି ଚିତ୍କାର କରି
ନୟନ ଦୁଷ୍ଟିଙ୍କୁ ଦୂର କରି ॥
ଧିକାର ବଚନ ବୋଲି ଥିଲେ ରୁଷି ବର
ଚିହ୍ନି ପାରିଲାନି ପତିଙ୍କୁ ତୁମ୍ଭର,
ଲାଗିଲା କଳଙ୍କ ଦାଗ ମୌନ ରହିଲେ
କି ଲାଭ ଦେଲି ସାପ ଏହିପରି କଟି ଯାଉ ଜୀବନ ତ ॥
କ୍ଷମା କ୍ଷମା ଅତି ଆକୁଳ ଯହୁଁ କହିଲେ ସେ
ଅହଲ୍ୟା ସତୀ, ମୋର ଦୋଷ ନାହିଁଟି,
ରୁଷି ମନ ଦୟା ଭାବ ଆସି ବୋଲନ୍ତି,
ପୂର୍ଣ୍ଣ ପାଦ ଲାଗି ବୋଲାଇବୁ ସତୀ ॥
ଅପେକ୍ଷାର ରାତ୍ର ହେଲା ଶେଷ
ଆସି ପହଂଚିଲା ସେହି ମୁହୂର୍ତ୍ତ
ପାଷାଣ ପାଇଲା ଜୀବନ ଯାହାଙ୍କ
ସ୍ପର୍ଶ ପାଇଁ ହେଲା ସେ ନାରୀ ଯୌବନ ॥
