Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Children

3  

Papu parida

Children

ରାକ୍ଷୀ

ରାକ୍ଷୀ

1 min
199



ରକ୍ଷାର ବନ୍ଧନ     ଭଉଣୀର ମାନ

     ହଳଦି ସୂତାର ଖିଅ

ସମ୍ପର୍କ ମଧ୍ୟରେ  ଭାଇଭଉଣୀ ସମ୍ପର୍କ

     ଅଟଇ ସବୁଠୁ ପ୍ରିୟ।


ଅଶାର ପ୍ରତୀକ    ପ୍ରେମର ସନ୍ତକ

     ସୁତା ଖଣ୍ଡେ ଭଉଣୀର

ସେନେହ ପ୍ରକାରେ ସାଇତିଛି ତେନେ

     ଅସୁମାରି ଆଶା ତାର।


ଭାଇର ଭଗିନୀ   ସତେ ସଞ୍ଜୀବନି

  ବାନ୍ଧେ ଯେବେ ପ୍ରେମ ଡୋର

ଅପୂର୍ବ ସୁଖର    ଭାଗିଦାରୀ ହୋନ୍ତି

ମଙ୍ଗଳ କାମସି ଉଭୟେ ଉଭୟଙ୍କର।


ହାତରେ ମୋ ରାକ୍ଷୀ  ଲଲାଟେ ତିଳକ

    ଦେଇ କରେ ବନ୍ଦାପନା

ସ୍ୱର୍ଗସୁଖ ଲଭେ  ଦେବତୁଲ୍ୟ ଲାଗେ

    ତୋର ସେହି ପୂଜାର୍ଚ୍ଚନା।


ବାନ୍ଧେ ଯେବେ ରାକ୍ଷୀ ସେତ ନୀରିମାଖି

   ମାଗିଥାଏ ମୋତେ ପାଉଣା

ଧନ ଦୂରେ ଥାଉ  ମନ ତୋ ପାଖରେ

  ସ୍ନେହ ହେବେନାହିଁ କେବେ ଉଣା।


ପ୍ରେମ ବନ୍ଧନରେ ବାନ୍ଧିନେଲୁ ମୋତେ 

   ବାନ୍ଧିଦେଇ ରାକ୍ଷୀଟିଏ

ପ୍ରତିଶୃତି ତୋତେ ଦେଉଅଛି ମୁହିଁ

  ହେବି ସୁନାନାଖି ଭାଇଟିଏ।


ସବୁ ସମୟରେ  ସବୁ ଯେ ସ୍ଥାନରେ

    ଥିବି ତୋର ଚାରିପାଖେ 

ରାକ୍ଷୀର ମର୍ଯ୍ୟାଦା  ରଖିବା ପାଇଁଲୋ

  ମଲେ ମରିଯିବି ଅତି ସୁଖେ।


ହେ ବିଶ୍ୱନିଅନ୍ତା     ଜଗତ କରତା

    ଭାବଗ୍ରାହୀ ଚକାଡୋଳା

ମୋ ଅନୁପସ୍ଥିତିରେ  ମୋ ଭଉଣୀକୁ

   ସୁଖେ ରଖିଥିବ ସଦବେଳା।


ସତରେ ସେମାନେ ଭାଗ୍ୟବାନ ଯେଉଁମାନଙ୍କର ଭଉଣୀ ଥାଏ।


ଧନ୍ୟବାଦ


Rate this content
Log in

Similar oriya poem from Children