ପ୍ରଭୁଙ୍କ ଅବତାର
ପ୍ରଭୁଙ୍କ ଅବତାର
ଅନ୍ୟାୟ ର ଭାର ନାଶ କରିବା ପାଇଁ
ବିଭିନ୍ନେ ଅବତାରେ ଜନ୍ମ ନିଅନ୍ତି ଗୋସାଇଁ।
ସେ ମୀନ ରୂପ ସେ ଧାରିଲେ
ଶଙ୍ଖାସୁରକୁ ସେ ନାଶିଲେ।
ଭୂଗୋଳ ବ୍ରହ୍ମ ରୂପ ହେଲେ
ଦନ୍ତେ ପୃଥିବୀ ଉଦ୍ଧାରିଲେ।
ତାହାଙ୍କୁ ମୋର ନମସ୍କାର
ଅପୂର୍ବ ନୃସିଂହ ଶରୀର।
ହିରଣ୍ୟ କଶିପୁ ବିଦାରି
ତକ୍ଷ ନୃସିଂହ ଚାପ ଧରି।
ଯେ ରୂପେ ଭକ୍ତଙ୍କୁ ତାରିଲେ
ଅଦ୍ଭୁତ ରୂପେକ ଧଇଲେ।
ତାଙ୍କୁ ମୋହର ନମସ୍କାର
ଅପୂର୍ବ ନୃସିଂହ ଶରୀର।
ତେବେ ବାଳିକି ସେ ଛଳିଲେ
ବାମନ ରୂପ ସେ ଧରିଲେ।
ପରଶୁରାମ ରୂପ ଧରି
ସକଳ କ୍ଷତ୍ରି କ୍ଷୟ କରି।
ଏମନ୍ତ ରୂପ ଭୃଗୁ ରାମ
ନିତ୍ୟେ ତାହାଙ୍କୁ ନମୋନମ।
ପୌଲସ୍ତ୍ୟ ବୋଲି ମୁନିବର
ବିଶର୍ବା ତାହାର କୁମର।
ତାହାର କୁମର ଦଶାନନ
ବ୍ରହ୍ମ ରାକ୍ଷସ ସେ ରାବଣ।
ତାହାର ଦଶଶିର ହାଣି
ଶ୍ରୀରାମ ରୂପେ ରଘୁମଣି।
ୟେମନ୍ତ ରୂପକୁ ନମଇଁ
ତେବେ ବଉଦ୍ଧ ରୂପ ହୋଇ।
ଦୟାରେ ହୋଇ ଉନମତ
ବଉଦ୍ଧ ରୂପ ତୋ ଅଦ୍ଭୁତ।
ୟେମନ୍ତ ରୂପେ ନମସ୍କାର
ଏବେ କଳକି ଅବତାର।
ବେନି ହସ୍ତରେ ଖଡ୍ଗ ନେଲେ
ଦୂଷ୍ଟ ଦାନବ ସଂହାରିଲେ ।
ୟେମନ୍ତେ ଦଶାକୃତ ରୂପ
ଭାବିଲେ ଛାଡେ ମହାତାପ।
ହେ କୃଷ୍ଣ ତୋତେ ମୁଁ ନମଇଁ
ତୋହର ଆଦି ଅନ୍ତ ନାହିଁ।
