STORYMIRROR

Sudeshna Pradhan

Inspirational Children

3  

Sudeshna Pradhan

Inspirational Children

ଜୟ ମା ବୀଣାପାଣି

ଜୟ ମା ବୀଣାପାଣି

1 min
232


   ଋତୁରାଜ ବସନ୍ତର ଆଗମନେ

         ପୁଲକିତ ହୁଏ ଧରା    ।।


   ବସନ୍ତ ପଞ୍ଚମୀ ଶୁଭ୍ରାଙ୍ଗୀ ଶୁକ୍ଳଜା

        ବାଗଦେବୀ ପୂଜା ପରା   ।।


   ବାକ୍ୟଦେବୀ ମାଆ ସରସ୍ବତୀ

         ସର୍ବଜ୍ଞାନ ପ୍ରଦାୟିନୀ     ।।


   ଶୁକ୍ଳ ବସ୍ତ୍ରା ବୃତ୍ତା ମାଆ ଶ୍ୱେତପଦ୍ମା

          ତୁହି ମା ହଂସ ବାହିନୀ   ।।


   ଶ୍ଵେତାମ୍ବର ଧରେ ଦେବୀ ବ୍ରାହ୍ମଜ୍ଞାନୀ

            ଶୁଭ୍ରା ଶ୍ୱେତ ପଦ୍ମସିନୀ  ।।


   ତୋ କୃପାର ସୁଦୟା ବହିଲେ

        ଅଜ୍ଞାନି ହୁଏ ଜ୍ଞାନବନ୍ତ     ।।


   ମହା ମୂର୍ଖ କାଳୀଦାସ ତୋ କୃପାରେ

           କବି ତ୍ରିଭୁବନେ ଖ୍ୟାତ   ।।


    କବି ବୀରବର ଭଞ୍ଜ ସାହିତ୍ୟର

     କରୁଣା ବାରିରେ କବି ସମ୍ରାଟ    ।।


  ଦେଖିଲା ହସ, ରଖିଲେ ଯଶ - କିରତି

        ଧରାର ତଳେ ମହିମା ଖ୍ୟାତି   ।।


  ମହାମାୟୀ ସରସ୍ବତୀ ମା ମହେଶ୍ଵେତା

           ଚରଣେ କରେ କାମନା   ।।


  ଜଗତ କଲ୍ୟାଣୀ ଦିଅ ଜ୍ଞାନ ବାରୀ

   ତମସା ଅପସରୁ କରେ ପ୍ରାର୍ଥନା    ।।


ଜଗତ କଲ୍ୟାଣୀ ଜଗତବାସୀଙ୍କ                     

 କଣ୍ଠେ ସଦା ତୁହି ରହ          ।।


ତୋ ଜ୍ଞାନ ବଳରେ ଏହି ଜଗତରୁ                     

ଅଜ୍ଞାନ ହେଉ ମା ଦୂର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational