ବନ୍ଧୁ
ବନ୍ଧୁ
ଅନ୍ତରର କୋହ ନୟନର ଲୁହ
ହୃଦୟର କେତେ କଥା
କୋଳରେ ଆଉଜି ପିଠିକୁ ଆଉଁସି
ଲାଘବ କରଇ ବ୍ୟଥା।
ଜୀବନରେ ସଦା ଲାଗି ରହିଥାଏ
ସୁଖ ଦୁଃଖର ଏ ଜୀବନ
ପୁରୁଣା ଦିନର ପୁରୁଣା ସ୍ମୃତିକୁ
ସାଉଁଟିି ବା ଥାଏ ମନ।
ମନ ନଉକା ଟା ଭାସି ଭାସି ଯାଏ
ସମ୍ପର୍କ ପରିଧି ଖୋଜି
ଅଡ଼ୁଆ ଖିଅକୁ ସଜାଡି ବନ୍ଧାଇ
ବନ୍ଧୁତ୍ୱରେ ଯାଏ ଭିଜି।
ସ୍ନେହ ମମତାର ଶୀତଳ ଯୋଛନା
ଜୀବ ନୁ ଦୂରାଏ ଭୀତି
ବନ୍ଧୁ ସମ୍ପର୍କ ଟା ପୁନେଇଁ ଜହ୍ନର
ତୋଫା ତୋଫା ମଧୁ ରାତି।
ପିତା ମାତା ଆମ ଦେବତା ସମାନ
ଜଗତ ଆମର ସ୍ଥିତି
ବନ୍ଧୁର ସମ୍ପର୍କ ସବୁଠୁ ଉଚ୍ଚରେ
ଭରିଛି ଅନେକ ପ୍ରୀତି।
