STORYMIRROR

Sandhyarani dash

Children

3  

Sandhyarani dash

Children

ବନ୍ଧୁ

ବନ୍ଧୁ

1 min
196


ଅନ୍ତରର କୋହ ନୟନର ଲୁହ

ହୃଦୟର କେତେ କଥା

କୋଳରେ ଆଉଜି ପିଠିକୁ ଆଉଁସି

ଲାଘବ କରଇ ବ୍ୟଥା।


ଜୀବନରେ ସଦା ଲାଗି ରହିଥାଏ

ସୁଖ ଦୁଃଖର ଏ ଜୀବନ

ପୁରୁଣା ଦିନର ପୁରୁଣା ସ୍ମୃତିକୁ

ସାଉଁଟିି ବା ଥାଏ ମନ।


ମନ ନଉକା ଟା ଭାସି ଭାସି ଯାଏ

ସମ୍ପର୍କ ପରିଧି ଖୋଜି

ଅଡ଼ୁଆ ଖିଅକୁ ସଜାଡି ବନ୍ଧାଇ

ବନ୍ଧୁତ୍ୱରେ ଯାଏ ଭିଜି।


ସ୍ନେହ ମମତାର ଶୀତଳ ଯୋଛନା

ଜୀବ ନୁ ଦୂରାଏ ଭୀତି

ବନ୍ଧୁ ସମ୍ପର୍କ ଟା ପୁନେଇଁ ଜହ୍ନର

ତୋଫା ତୋଫା ମଧୁ ରାତି।


ପିତା ମାତା ଆମ ଦେବତା ସମାନ

ଜଗତ ଆମର ସ୍ଥିତି

ବନ୍ଧୁର ସମ୍ପର୍କ ସବୁଠୁ ଉଚ୍ଚରେ

ଭରିଛି ଅନେକ ପ୍ରୀତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children