STORYMIRROR

Shanti Mishra

Children Stories

3  

Shanti Mishra

Children Stories

କର କିଛି ଉପାୟ

କର କିଛି ଉପାୟ

1 min
160


ଆଜି ବାହାରକୁ ଯିବା ପାଇଁ, ହୋଇ ଅଛି ମତେ ମନା

ସବୁ ମିଛ ମୋର, ବୋଉକୁ ଗୋଟି ଗୋଟି କରି ଜଣା

ଯେତେ କହିଲେ ବି ଆଉ ଚଳିବନି କିଛି ବାହାନା

ତୁମ ସାଥେ ମିଶିବାକୁ ଲାଗିଛି ଯେ କେତେ କଟକଣା l


ବହୁ ଭାବି ଚିନ୍ତି ତୁମେ, ଆଜି କର କିଛି ଉପାୟ

ନୀରବ ରହିଲେ ଗଡ଼ି ଚାଲିଯିବ ମୂଲ୍ୟବାନ ସମୟ

କଥା ଦେଇ ନରଖିଲେ, ମନ ହେଉଥିବ ଅଥୟ

ବସି ବସି ଭାବୁଥିଲେ, ଧୈର୍ଯ୍ୟ ହେବ ଖାଲି ଅପଚୟ l


ଜାଣ ତ ତୁମେ, ଏ ଦିନ ଆସେ ବରଷକୁ ଥରେ

ସମସ୍ତ ପ୍ରେମୀ ଭିଜି ଯିବେ ଏମିତି ଏ ପ୍ରେମ ବର୍ଷାରେ

କେବଳ ଆମେ କାହିଁକି ରହିଯିବା ପଛରେ

ଅନ୍ୟକୁ ଦେଖି ଦେଖି ଲୁହ ଝରାଇ ଇର୍ଷାରେ l


ବିତାଇଦେବା ଦିନ, ଆସନ୍ତା ବର୍ଷର ଅପେକ୍ଷାରେ

ତିନିଷହପଞ୍ଚଷଠି ଦିନ, ଫେବୃୟାରୀ ଚଉଦ ପ୍ରତୀକ୍ଷାରେ

ସେତେବେଳକୁ ମରି ଯାଇଥିବ, ଆଗ୍ରହ ନୀରବରେ

ତୁମ ନାମ ଥିବ କି ନଥିବ, ଆଉ ଏ ହୃଦୟ ରେ l


କିଏ ଜାଣେ ସମୟର ଏ ଦୁର୍ବାର ଗତିପଥ

ତା ଇଛା ଇଂଗିତେ କେବେ ବି ବଦଳିଯିବ

ଅଜଣା ଶତ୍ରୁ ଆସି, ଭାଙ୍ଗିଦେବ କରିଥିବା ଆମ ଶପଥ

ବାଧ୍ୟ କରି ଅଜଣା ପଥ ର ହୁଏତ କରିଦେବ ପଥିକ l


ପ୍ରତିଜ୍ଞା କରିଥିଲ, ଆସୁ ଝଡ ଅବା ସୁନାମୀ

ଆଖି ମିଳାଇଛ, ହାତ ମିଳାଇବ ହେଉ ଯେତେ ବଦନାମୀ

ତୁମ ଭରଷାରେ ବାପା ବୋଉଙ୍କର ଶୁଣିଲିନି ଆଜି ଆକଟ

କି ଆନନ୍ଦ ଅଛି ଜାଣେନା, ହେବାକୁ ତୁମର ନିକଟ l


ଭାବି ଚିନ୍ତି କର ଆଜି କିଛି ନୂଆ ଉପାୟ

କରନହିଁ ଏ ପବିତ୍ର ମିଳନ ଦିବସର ଏମିତି ଅପଚୟ

ପ୍ରମାଣ କର ଆସି ପ୍ରେମ ହେଉଛି ବଞ୍ଚିବାର ପାଥେୟ

ପ୍ରେମ ଅମର, ରହୁ ଅମର, ସୁନ୍ଦର ହେଉ ତା ପରିଚୟ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍