STORYMIRROR

Sunanda Mohanty

Classics Inspirational Children

3  

Sunanda Mohanty

Classics Inspirational Children

ଜୟ ମା ସରସ୍ବତୀ

ଜୟ ମା ସରସ୍ବତୀ

1 min
1.1K


ଜୟ ମା ସରସ୍ବତୀ ବିଦ୍ୟାଦାତ୍ରୀ 

ଘେନ ମୋର ନିବେଦନ 

ଜୟ ମା ସରସ୍ୱତୀ ହଂସବାହିନୀ 

ସଭିଙ୍କୁ କର ମାତ ଜ୍ଞାନୀ ଗୁଣୀ ଜନ 

ଜୟ ମା ସରସ୍ବତୀ କାତ୍ୟାୟନୀ 

ନରହୁ ମହୀରେ କୁସଂସ୍କାର ଅଜ୍ଞାନ 

ଜୟ ମା ସରସ୍ବତୀ ବିଦ୍ୟାପ୍ରଦାୟିନୀ 

ଶିକ୍ଷା ଆଲୋକ ଦୀକ୍ଷା ମଶାଲ କର ପ୍ରଦାନ 

ଜୟ ମା ସରସ୍ବତୀ ସ୍ଫଟିକମାଳିକା ହସ୍ତେ 

କୁଶିକ୍ଷା ଅଜ୍ଞତା ଅନ୍ଧାର ନାଶିନୀ 

ଜୟ ମା ସରସ୍ବତୀ ତୁଷାର ହାର ଧବଳା 

ଜଗତ ଜନନୀ ବିଦ୍ୟାପ୍ରଦାୟିନୀ 

ଜୟ ମା ସରସ୍ବତୀ ଶୁଭ୍ରାବସ୍ତ୍ରା ଵୃତା 

ଅଭୟଦା ବୀଣା ପୁସ୍ତକଧାରିଣୀ 

ଜୟ ମା ସରସ୍ବତୀ ଜାଡ୍ୟାନ୍ଧକାରପହାମଂ 

ପରମା ମାଦ୍ୟାମ ଜଗତ ବ୍ୟାପିନୀ 

ଜୟ ସରସ୍ବତୀ ବିପୁଳ ମଙ୍ଗଳ ଦାନାଶୀଳେ

ବିରଞ୍ଚି ହରିଶବନ୍ଦେ ଭକ୍ତାର୍ତ୍ତନାଶିନୀ 

ଜୟ ମା ସରସ୍ବତୀ ଭଦ୍ରକାଳୀ ନମୋ ନମଃ 

ସରସ୍ବତୀ ମହାଭାଗେ କମଳଲୋଚନୀ 

ଜୟ ମା ସରସ୍ବତୀ ସକଳ ଦୁଃଖ ହାରିଣୀ 

ସକଳ କାର୍ଯ୍ୟ ବିଘ୍ନ ବିନାଶିନୀ 

ଜୟ ମା ସରସ୍ବତୀ ସକଳ ସର୍ବାଗ୍ରେ ବନ୍ଦିତା 

ବିଦ୍ୟାପ୍ରଦାୟିନୀ ସ୍ଫଟିକମାଳିନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics