ବିଶାଳ ଆକାଶ
ବିଶାଳ ଆକାଶ
ବିଶାଳ ଆକାଶ ନୀଳ ତା'ର ବେଶ
ବିସ୍ତାରିତ ସାରା ବିଶ୍ୱ
ନିରୀହ ଶିଶୁଟି ହାତ ବଢ଼ାଉଛି
କରିବାକୁ ତାକୁ ସ୍ପର୍ଶ ।
କୁନି କୁନି ପାଦେ ସିଡ଼ି ପରେ ଚଢି
ଲାଗୁନାହିଁ ଜମା ଡର
ଆକାଶ ସହିତ ସଙ୍ଗାତ ବସିବ
ବାନ୍ଧିଦେଵ ସ୍ନେହଡୋର ।
ତୋଳି ଆଣିଦେବ ଜହ୍ନତାରା ପୁଣି
ଖେଳିବାକୁ ସାଙ୍ଗମେଳେ
ଦିନରାତି ତା'ର ଖୁସିରେ ବିତିବ
ମନେ ମନେ ସିଏ ଭାଳେ ।
ଟିକି ହାତ ଦୁଇ କାହିଁ ପାଉନାହିଁ
ଲାଗୁଅଛି ଭାରି ଦୁଃଖ
ବଡ଼ ହୋଇ ନିଶ୍ଚେ ବ୍ୟୋମଯାନେ ବସି
ଛୁଇଁଯିବି ନଭ ବକ୍ଷ ।
ହୋଇଯାଆନ୍ତା କି ପକ୍ଷୀଟିଏ ଅବା
ଉଡ଼ିଥାନ୍ତା ଡେଣା ଝାଡ଼ି
ଆକାଶ ବୁକୁରେ ସୁନ୍ଦର ବସାଟେ
ଦେଇଥାନ୍ତା ସିଏ ଗଢି ।
