Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Inspirational

4.6  

ବି. ନିରୁପମା

Classics Inspirational

ଏ ଦୁନିଆ ହେବ ଶୁଦ୍ଧ

ଏ ଦୁନିଆ ହେବ ଶୁଦ୍ଧ

1 min
307




ରାଜସୁଖ ତୁମେ ତୁଚ୍ଛ କରିଦେଲ

ସତ୍ୟର ସନ୍ଧାନ ପାଇଁ ,

ବୋଧି ଦ୍ରୁମ ତଳେ ତପ ଆରମ୍ଭିଲ

ହେ କଲ୍ୟାଣମୟ ସାଇଁ ।


ଦିନ ପରେ ଦିନ ମାସ ପରେ ମାସ

ଭୋଗି ଅସରନ୍ତି କ୍ଳେଶ ,

ତପସ୍ୟାରେ ସିଦ୍ଧି ପ୍ରାପତ ହୋଇଲ

ଶୋଚନା ନ ଥିଲା ଲେଶ ।


ଜଗତ ପ୍ରାଣୀଙ୍କ ଦୁଃଖର କାରଣ

ଜାଣି ପ୍ରଚରିଲ ଆସି ,

"ମୂଲ୍ୟହୀନ କିଛି କାମନା କରିଲେ

ଦୁଃଖଟି ପକାଏ ଗ୍ରାସି ।


ନିଷ୍କାମ ଭାବରେ କର୍ମ କରିଚାଲ

ଫଳ ଯାହା ଦେବେ ସାଇଁ ,

ଧରିନେବ ତାହା ଦେଇଛନ୍ତି ସିଏ

ତୁମରି କଲ୍ୟାଣ ପାଇଁ ।


ସତ୍ୟ,ଅହିଂସାର ମାର୍ଗରେ ଚଳିଲେ

ହୋଇବ ସଂସାର ହିତ ,

ମରତ ଧାମରେ ସରଗର ସୁଖ

ଭୋଗିବ ଏ ଧ୍ରୁବ ସତ ।"


ତୁମ ଆଦରଶ ପାଳନ କରିଲେ

ଏ ଦୁନିଆ ହେବ ଶୁଦ୍ଧ ,

କାମନାକୁ ଜିଣି ଆଜି ବି ଅମର

ରହିଅଛ ତୁମେ ' ବୁଦ୍ଧ ' ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Classics