STORYMIRROR

Niranjan Sahu

Classics

3  

Niranjan Sahu

Classics

ହୋଇବା ସୁନାପିଲା

ହୋଇବା ସୁନାପିଲା

1 min
274

ହାତୀ ପିଠିରେ ବାଘ ବସିଛି 

ବାଘ ଉପରେ ଛେଳି

ମିଳିମିଶି ଚଳିବା ଆମେ 

କରିବା ନାହିଁ କଳି,,


କଳି କରିଲେ ଦୁଃଖ ମିଳିବ

ମିଳିବ ଖାଲି ଗାଳି

ମିଳିମିଶି ଆମେ ଚଳିଲେ

ମାରିବେ ସବୁ ତାଳି,,


ପାଠ ବେଳର ପାଠ ପଢିବା

ଖେଳ ବେଳେ ଖେଳ

ନିଜର କାମ ନିଜେ କରିବା

ହେବାନି ମାଡ଼ଗୋଳ,,


କାଲିର କାମ ଆଜି କରିବା

ଆଜିର କାମ ଏବେ

ମନଦେଇ ପାଠ ପଢିବା

ଗୁରୁଜୀ ଜାହାଦେବେ,,


ସବୁବେଳେ ସତ କହିବା

ମିଛ କହିବା ନାହିଁ

ଗୁରୁଜନ ଙ୍କୁ ସମ୍ମାନ ଦେବା

କେବେ ହାରିବା ନାହିଁ,,


ସମୟ ର ମୂଲ୍ୟ ବୁଝିବା

ନଷ୍ଟ କରିବା ନାହିଁ

ବାପା ମାଆ ଙ୍କ ସେବା କରିବା

କେବେ ଡରିବା ନାହିଁ,,


ସାହାସି ହେବା ନିର୍ଭୀକ ହେବା

ହେବାନି ଦୁଷ୍ଟ ପିଲା

ସତପଥ ରେ ଚାଲିବା ଆମେ

ହୋଇବା ସୁନା ପିଲା,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics