STORYMIRROR

Minakshi Samal

Classics Others

3  

Minakshi Samal

Classics Others

ନିଆଁ ପୁଆଁ

ନିଆଁ ପୁଆଁ

1 min
398

ଧନୀ ଘରେ ସଜା ମଖମଲୀ ଶେଜ

ତାସାଥେ ଜୟପୁରୀ ରେଜେଇ

ରୁମ୍ ହିଟର୍ ଟି ଘରକୁ ଗରମ 

ଶୀତର ଦିନଯାକ ରଖଇ ।

ଗରମା ଗରମ ପକୁଡି ଓ ବରା

ଦୋକାନରୁ ଆସେ କିଣାହୋଇ

ବାବୁ ବାବୁଆଣି ପୁଅଝିଅ ସାଥେ

ଖାଆନ୍ତି ଚା'ର ମଜାନେଇ ।

ସେଘର ପଛରେ ଛୋଟ କୁଡିଆଟି

ରହନ୍ତି ମାଆ ପୁଅ ସେଥିରେ 

ଦିନସାରା ବାରଘରର ପାଇଟି

କରି ଫେରେ ଥକି ମା' ରାତିରେ ।

ଜାଡର ଦିନରେ ନଥାଏ କମ୍ବଳ

ନଥାଏ ବସ୍ତ୍ର ସବୁ ଶୀତର 

ପୁଅ ବୁଝିପାରେ ମାଆର ଅବସ୍ଥା

ଯୋଗାଡି ଥାଏ କାଠି କୁଟାର ।

ମାଆର ଫେରିବା ପଥକୁ ଯେ ପୁଅ

ଚାତକ ପରିକା ଚାହିଁଥାଏ

ମା' ଫେରି ଆସିଲେ ନିଆଁ ପୋଇଁ ବାକୁ

ପୁଅଟି ଗେଲ୍ହେଇ ହୋଇ କହେ ।

ମାଆ ପୁଅ ମିଶି ନିଆଁ ପୁଇଁ କରି

ଶୀତକୁ ଦିଅନ୍ତି ଘଉଡାଇ

ଗରୀବଙ୍କ ଦେହ କେତେଯେ ଶକତ

ଶୀତକୁ ଦିଅନ୍ତି ସେ ଜଣାଇ ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Classics