STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

କଥା ସତ୍ୟ ଯୁଗର

କଥା ସତ୍ୟ ଯୁଗର

1 min
476


ଯୁଗପରେ ଯୁଗକଥା ପୁରାଣେ ବର୍ଣ୍ଣିତ

ତହିଁ ରେ ରହିଛି ଏକ କଥା ଅଦଭୁତ  ।।

ସତ୍ୟଯୁଗର କାହାଣୀ ବିସ୍ମୟ ସେ କଥା

ମୀନରୂପୀ ନାରାୟଣ , ସତ୍ୟବ୍ରତ ରାଜା  ।।


ପ୍ରଳୟ ପୂର୍ବରୁ ଦୈତ୍ୟ ନାମ ସଂଖାସୁର

ବେଦ ଚୋରିକରି ଜଳେ ପସିଲା ଅସୁର  ।।

ବେଦ ଲୁପ୍ତେ ଜ୍ଞାନଗଙ୍ଗା ଗଲା ଅପସରି

ଅଜ୍ଞାନମୟ ଧରଣୀ ହେଲା ହତଶୀରି  ।।


ବ୍ରହ୍ମ ଦେବ ସ୍ତୁତି ଶୁଣି ବୈକୁଣ୍ଠାଧିପତି

ମୀନରୂପେ ଜଳ ମଧ୍ୟେ ହୋଇଲେ ଉତ୍ପତ୍ତି  ।।

ସତ୍ୟବ୍ରତ ନରପତି ତର୍ପଣ କାଳରେ

ଉଭା ହେଲେ ଆସି କର ଅଞ୍ଜଳୀ ଜଳରେ  ।।


ତର୍ପଣ ଜଳରେ ମୀନ ଦେଖି ନରରାଣ

ହୋଇ, ଚିନ୍ତାଶିଳେ ଇଷ୍ଟ କଲେକ ସ୍ମରଣ ।।

ଗୁରୁ ଗମ୍ଭୀର ସ୍ୱର ରେ ମୀନ କହେ ଶୁଣ

ଧର୍ମରକ୍ଷା ଅର୍ଥେ ମୋର ଏ ରୂପ ଭୀଷଣ ।।


ସପତ ଋଷି ସହିତ ଔଷଧୀୟ ବୀଜ

ସହ ଉପଗତ ହୁଅ ଅଛି ଯେଉଁ ନାବ ।।

ମୋତେ ନେଇ ମହା ସମୁଦ୍ରରେ ରଖିଆସ

ମୋ ମଥା ଶୃଙ୍ଗରେ ନାବ ବାନ୍ଧିବୁ ଅବଶ୍ୟ ।।


ଜଳମଗ୍ନ ହେବ ଧରା ହୋଇବ ପ୍ରଳୟ

ପାପଭାରା ଅସମ୍ଭାଳ ଜ୍ଞାନ ଅପଚୟ ।।

ପ୍ରଳୟ ପରେ ଦାନବ ମେଦରେ ମେଦିନୀ

ନବିନ ସୃଜନ ମୋର ମନେଥିବୁ ଘେନି ।।


ଅବ୍ୟକ୍ତ ପୁରୁଷ ନିରଞ୍ଜନ ଖେଳକରେ

ଅନାଦି, ଅନନ୍ତ ନିତ୍ୟେ ସତ୍ୟରେ ବିହରେ  ।।

ଦାସାନୁଦାସ ପ୍ରଫୁଲ୍ଲ ତାପଦେ ଶରଣ

ଦୟାକର ଦୟାମୟ କରୁଛି ପ୍ରଣାମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics