STORYMIRROR

Maheswar sahoo

Classics Others

3  

Maheswar sahoo

Classics Others

ସାହିତ୍ୟ

ସାହିତ୍ୟ

1 min
391

ନିଜ ସହ ନିଜ ହିତରେ ଲିଖିତ

         ମାତୃ ଭାଷା ଏ ସାହିତ୍ୟ

ଅଧୁନା ଚଳିତ ସମାଜର ଭାଷା

           ମାତୃଭୂମି ସହ ଜଡିତ ।।

ମାଆର ମମତା ମାତୃଭୂମି ପ୍ରେମ

          ହୃଦୟେ ନଥାଏ ଯାର

ଅଭିଜ୍ଞତା ହୀନ ହୋଇଥାଏ ସିଏ

          ପାଏନା କାହିଁ ଆଦର ।।

ଭଲ ପାଇବାର ଥାଏ ଯଦି ଜନେ

          ଭଲ ପାଅ ନିଜ ଭାଷାକୁ

ଭାଷା ଉଚ୍ଚ ପାଇଁ ମଧୁରତା ଭାଷ

           ପ୍ରଫୁଲ୍ଲତା ଦିଅ ଅନ୍ୟକୁ ।।

ଭାଷା ର ଗଠନ ବ୍ୟାକରଣ ଅଟେ

            କହିବା ମଧୁର ବଚନ

ଜ୍ଞାନି ହେବା ପାଇଁ ଇଚ୍ଛା କରଜଦି

           ଚେଷ୍ଟାରେ ବଢିବ ଜ୍ଞାନ ।।

କଠୋର ସାଧନ କରିଥିବା ଜନ

           ବୋଲାନ୍ତି ଜଗତେ ଜ୍ଞାନୀ

ମଧୁର ବଚନ କହି ତୋଷ କରେ

           ମନରେ ଅଟେ ସେ ଧନୀ ।।

ହିଂସ୍ର ଜୀବ ଜନ୍ତୁ ଭାଷନ୍ତି ଗର୍ଜନେ

             ବିହଙ୍ଗେ କିଚି ମିଚିରି

ସାହିତ୍ୟର ଜ୍ଞାନ ନଥାଏ ତାହାଙ୍କ

           ପଶୁ ପକ୍ଷୀ ନାମେ ଆଦରି ।।

ଯେଉଁ ଜନ ମୁଖେ ନଥାଏ ସୁଭାଷ

            ପଶୁ ପକ୍ଷୀ ରେ ସେ ଗଣା

ମାତୃ ଭାଷା ଆମ ସରଳ ସୁନ୍ଦର

             ହବାନି ଅନ୍ୟଠୁ ଉଣା ।।

ଆମ ଭାଷା ଅଟେ ଆମ ପାଇଁ ବଡ଼

              କରିବା ତାହାର ଯତ୍ନ

ଅସଭ୍ୟରେ ଗଣା ହେବାନାହିଁ ଆମେ

             ହେବାରେ ଓଡିଶା ରତ୍ନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics