STORYMIRROR

Pranati Mahapatra

Classics Others

3  

Pranati Mahapatra

Classics Others

ସେ ଆମ ପୂର୍ବଜ

ସେ ଆମ ପୂର୍ବଜ

1 min
233

ପୁନର୍ଜନ୍ମ ଥିଲା ଆମର ସିଏ

ଆମରି ବଂଶଧର,

କିଛିଟାର ସାମଞ୍ଜସ୍ୟ ରହିଛି

ଆମ୍ଭେ ନର ସିଏ ବାନର ।

ନରପରି ଆଚରଣ ତା, କିଞ୍ଚିତ

ବ୍ୟତିକ୍ରମ ଅଟଇ,

ଆମରି ପୂର୍ବଜ ସେ ଅଟେ

ପ୍ରମାଣ ଅଛି ରହି ।

 କ୍ରମବିକାଶର ଧାରାରେ ସିମ୍ପାଞ୍ଜି

ନାମରେ ପରିଚିତ,

ଅତି ବୁଦ୍ଧିମାନ ଉପକାରୀ ପୁଣି

ସ୍ନେହ ଶ୍ରଦ୍ଧା ବହୁଶକ୍ତ ।

ମଣିଷ ଜୀବନ ପରିକା ଚାଲି

ଚଳଣି ତା'ର,

ମଣିଷର ଭାଷା ସହଜେ ବୁଝେ

ଖାଦ୍ୟପେୟ ତାହାର ।

ବନ୍ଧୁ ପରିଜନ ସହିତେ କୁଟୁମ୍ବ

ନେଇ ସେ ରହେ,

ଏକତା ସୂତ୍ରରେ ଜଗତରେ

ଏକତ୍ର କାଟୁଥାଇ ।

ମଣିଷ ସିନା ଏବେ ଯେ 

ହିଂସ୍ର ପଶୁ ପାଲଟିଛି,

ସ୍ନେହ ଶ୍ରଦ୍ଧା ଆଉ ମମତା

ସବୁ ଭୁଲି ଯାଉଛି।

ସେ ଆମ ବାନ୍ଧବ,କୁଟୁମ୍ବ ଥିଲେ

ପୂର୍ବ ଜନ୍ମରେ,

ଆମ ଆଦର ଓ ସ୍ନେହରେ ସେ

ରହିଥାନ୍ତି ଆମ ପାଖରେ ।


साहित्याला गुण द्या
लॉग इन

Similar oriya poem from Classics