ମା ସରସ୍ବତୀ
ମା ସରସ୍ବତୀ
ବସନ୍ତରେ ବାସନ୍ତିକା ବହିଲା
ଧୀର ସମୀରଣ କାନେ କହିଲା
ସୁଗନ୍ଧ ଅଗରୁ ଚନ୍ଦନ ଚୁଆ ମହକିଲା
ବିଦ୍ୟାପ୍ରଦାୟିନୀ ମାଆ ସରସ୍ବତୀ
ଧରା ଆଗମନ ହୋଇଲା
ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି
ବସନ୍ତର ଯେତେ ଫୁଲ ଆଉ ପ୍ରଜାପତି
ମଙ୍ଗଳ ଆଳତୀ ବାସିଲା
ମା ସରସ୍ବତୀ ଆଗମନେ ଧରା ହସିଲା
ବିଦ୍ୟାପ୍ରଦାୟିନୀ ସ୍ଫଟିକମାଳିନୀ
ଶୁଭ୍ରବସ୍ତ୍ର ପରିହିତା ହଂସବାହିନୀ
ଶୁଶୋଭିତ ପୂଜା ମଣ୍ଡପ ସାଜେ ସାଜିଲା
ଜ୍ଞାନର ଜଗଧାତ୍ରୀ ପଦାରବିନ୍ଦୁ ଶୁଭମସ୍ତୁ
ଓଁକାର ଶବ୍ଦ ଶୁଭିଲା
ବୀଣାପାଣି ଆଜି ଅତିଥି ଆତିଥ୍ୟ ସାଜିଲା
ମଙ୍ଗଳଦାୟିନୀ ସଦବୁଦ୍ଧି ପ୍ରଦାୟିନୀ
ଶିକ୍ଷାନୁଷ୍ଠାନେ ଶଙ୍ଖ ହୁଳହୁଳି ଶୁଭିଲା
ମା ସରସ୍ବତୀ ଆଗମନୀ ପିକ ଗାଇଲା
ଆମ୍ବ ବଉଳ ଫାଙ୍କରୁ କୁହୁ ତାନେ କିଏ ଗାଇଲା
ବଉଳ ମହକେ ମହକି ଗୁଣୁଗୁଣୁ ଗୀତ ଶୁଭିଲା
ମା ସରସ୍ବତୀ ଆଗାମନୀ,ଝଙ୍କୃତ ଝଙ୍କାର ସାଜିଲା
ଅନ୍ଧାର ନାଶି ଆଲୋକ ପ୍ରକାଶି
ସୁଶୋଭିତ ସୁଲଳିତ ଭଜନେ ଧରା କମ୍ପିଲା
ଶ୍ରୀପଞ୍ଚମୀ ତିଥିରେ ପଞ୍ଚମ ନାଦରେ
ସ୍ୱାଗତିକା ଗୀତିକା,ସ୍ୱର ଳୟ ତାଳେ ଝୁମିଲା
ଗଳାରେ ଗଜମୋତି ହାର କର୍ଣ୍ଣରେ କୁଣ୍ଡଳ
ମାଆ ସରସ୍ବତୀ ଜଗତ ଜନନୀ
ଭୁବନମୋହିନୀ ବେଶ ଦିଶିଲା।
