ରାଜନୀତି ବିଧାନ
ରାଜନୀତି ବିଧାନ
ହେ ଭଉଣୀ ଭାଇ, ଅତୀତର ଅନୁଭୂତିରୁ ଜାଣ
ଦେଶେ, ରାଜ୍ୟେ, ପଂଚାୟତେ ଆସେ ନିର୍ବାଚନ ।
ଉଠିବ ପଡିବ ଚହଳ ଗାଆଁ ପୁଣି ସହର ମଧ୍ୟରେ
ଗ୍ରାମ ପଞ୍ଚାୟତ ସାରା ଭାରି ଗହଳ ଚହଳ ହୁଏରେ ।
ନେତା ମାନେ ଆମକୁ କେତେ ଭୁଆଁ ବୁଲାଅନ୍ତିରେ
ଭେଟି ଦେଉଛି ଏହି କବିତା ମୋର ଆପଣଂକ ଠାରେ ।
ଶୁଣ ମୋର ଭାରତର ସକଳ
ଜନ ସାଧାରଣ ।
ଭାରତର ଯେତେ ଆଜିକାର
ରାଜନୀତିର ବିଧାନ ।
ଦେଶରୁ ପରାଧୀନତା ସିନା
ହୋଇଲା ଅନ୍ତ ।
ବିଦେଶୀ ହଟି ସ୍ୱାଧୀନତା ଆମ
ହେଲା ଉପଗତ ।
ଚାଲିଛି ଏଠି ଦେଖ ଜାତି ଧରମ
ର ରାଜନୀତି ।
ଭୋଟବେଳ ଆସନ୍ନ ହେଲେ ନେତା
ମାନେ ଦିଶନ୍ତି ।
ନେତା ଦେଖାନ୍ତି ଦଳ କଳ ବଳର
ସମସ୍ତ ବୁଦ୍ଧି।
ନିର୍ବାଚନ ଜିତିଲେ ନଥାଏ ସେହି
କଳ୍ପନାର ସିଦ୍ଧି ।
ସମସ୍ତେ ମୋର, ସେହି ଜ୍ଞାନକଥା
ଭୋଟ ବେଳେ ଜାଣ ।
ନେତା ଲମ୍ବା ଭାଷଣ ସକଳ-ଶାସ୍ତ୍ର
ର ପରିମାଣ ।
ଚିନ୍ତନ୍ତି ଉପର ମନରେ ବେଦ ଓ
ବେଦାନ୍ତର ଧର୍ମ ।
ପରେ ଭୋଟର ବିଚାରେ ସେ ବାଣୀ
ରେ ନାହିଁ କିଛି ଭ୍ରମ ।
ମିଥ୍ୟା ପ୍ରତିଶ୍ରତି ଶୁଣି ଶୁଣି ମନରେ
ଆନନ୍ଦ ଭରୁ ।
ନିର୍ବାଚନ ପରେ ଆସେ ତ ବେଦନା
ହୃଦୟ ଭିତରୁ ।
ହେ ଭାଇ ଭଉଣୀ କୃଷକ ଭାଇର
ଶ୍ରମ ଝାଳର ପରଶେ ।
ଫସଲ ଅମଳର ପିୟୂଷରେ ମୋ
ମାଟି ମାଆ ହସେ ।
ପୁଂଜିପତି ନିଜର ସ୍ୱାର୍ଥ ଓ ଲାଭ
ରେ ସଦା ବିତାଏ ଦିନ ।
ତାହାର ଶୋଷଣ ଧୋକାରେ ବିଷ
ମୟ ହୁଏ କୃଷକର ମନ ।
ପୁଂଜିପତି ନେତା ଭାବେ, ଜନତା
ଅଟେ ନିହାତି ବୋକା ।
ନିତିଦିନ ତାଙ୍କୁ ସେ ଦେଇ ପାରିବ
ଯେତେପାରି ଧୋକା ।
ଏବକାର ନେତାର ମନରେ ସେବା
ମନୋବୃତ୍ତି ନାହିଁ ଆଉ ।
ଲୁଟି ନେବ କିପରି ରାଜ୍ୟର ଧନକୁ
ଶାସନ ଥାଉ ଥାଉ ।
ସ୍ବାଭିମାନ ଆଉ କର୍ମନିଷ୍ଠା ଭାବନାରୁ
ସେ ପାଇବ କିସ ।
ଗରିବର ଶ୍ରମରୁ ବଂଚିବ, ଚାଷୀ ପଛେ
ନିତି ଖାଉ ଦୁଃଖର ବିଷ ।
ଇଲେକ୍ସନ୍ ଆସିଲେ ଜନତାକୁ ନୋଟ
ଲାଂଚ ଦେଇ ଦେବ ।
ମଦ ମାଂସ ଦେଇ, ଡ୍ରାମାବାଜି କରି
ଇଲେକ୍ସନ୍ ଜିତି ଯିବ ।
କଳା ଧନକୁ ନିତି କରୁଛି ଧଳା, ସଫେଦ
କୁର୍ତ୍ତା ପିନ୍ଧେ, ଯିବ ସେ ଖସି ।
ନିରୀହ ଗରିବ ବାପୁଡା, କିଛି ଦୋଷ ତ
ନକରି ପାଇ ଯିବ ଫାଶୀ ।
ଦରବୃଦ୍ଧି, ବେକରୀବୃଦ୍ଧି, ଗରିବ ସଂଖ୍ୟା
ବୃଦ୍ଧି ହେଲେ ତାର କଅଣ ଯିବ ।
ପଇସା ବଳରେ ଚେଲା ଚାମୁଣ୍ଡା ଉଡାନ୍ତି
ଧ୍ୱଜା ସେ ପୁଣି ତ ରାଜା ହେବ ।
ଶୋଷଣ ବିହୀନ ସମାଜ, ମମତାର ମଧୁ
ସ୍ରୋତ ଧରଣୀର ଛାତି ତଳେ ।
ସମାଜବାଦର ସୁନ୍ଦର ଆଭାରେ ନବ
ଉନ୍ମାଦନା ମନରେ ଖେଳେ ।
ଗରିବର ହୃଦୟ ଯାଏ ଫାଟି ଯନ୍ତ୍ରଣାରେ
କେତେ ଦିନ ତିଳତିଳ ହୋଇ ଜଳିବ ।
ଉଦାସ କଂକାଳର ଶୀର୍ଣ୍ଣ ଯୀର୍ଣ୍ଣ ତନୁ ଓ ମନ
ରେ ଦିନେ ପରିବର୍ତ୍ତନର ପରିଭାଷା ଆସିବ ।
ପ୍ରଶ୍ନ କରୁଛି ନିଜକୁ ନିଜେ, ଯାହା ଲେଖୁଛି ଏ
ସବୁ ବସି, କି ସାବାସି ମିଳିବ ।
ସତ କହିଲେ ଅଛି ପ୍ରାଣଭୟ, ସମୟ ଆସିଲେ
ଗଳାରେ ଫାଶୀ ଲାଗିଯିବ ।
ମିଥ୍ୟାର ବନ୍ଦନାରେ, ମିଥ୍ୟା ଲେଖିଲେ କିଛି,
ଆତ୍ମା ମୋ ଧିକ୍କାର କରୁଛି
ଦୁନିଆରେ ଶୋଷଣ ଦୂର କରିବାକୁ, ନୂତନତା
ସୃଷ୍ଟି ପାଁଇ, କେତେ ପ୍ରାଣ ତ ଯାଇଛି ।
ଦୁନିଆରେ ବହୁ ତୋଷାମଦକାରୀ, ପଦବୀର
ଲାଳସା ଓ ଅଭିଳାଷରେ ମାତିଛନ୍ତି
ମୂଲ୍ୟହୀନ ଅସାର ବଚ଼ନ ଚିନ୍ତା କରି, ଭାବନ୍ତି
ଧର୍ମର ବିଜୟ-କେତନ ଉଡ଼ାଉଛନ୍ତି |
ଏ ଧୃବ ସତ୍ୟ, ଦିନେ ତ ଆସିଛି, ଦିନେ ତ
ଛାଡିବି ଏ ଭବ ସାଗରକୁ
ଲେଖିବିନି କିଆଁ, ଯାହା ମୁଁ ଭାବୁଛି ମୋ
ମନର ଚେତନାରେ, ଡରିବି କାହାକୁ ?
ଜାଣିଛି କିଛି ଲୋକଂକୁ ହେବ ନାହିଁ
କେବେ ପ୍ରୀତିକର
ସେଥିପାଇଁ ଚିତ୍ତନର କେବେ ଆସିବନି
ମନେ ଦୁଃଖର ଭଣ୍ଡାର ।
