STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ରାଜନୀତି ବିଧାନ

ରାଜନୀତି ବିଧାନ

2 mins
310


ହେ ଭଉଣୀ ଭାଇ, ଅତୀତର ଅନୁଭୂତିରୁ ଜାଣ

ଦେଶେ, ରାଜ୍ୟେ, ପଂଚାୟତେ ଆସେ ନିର୍ବାଚନ ।


ଉଠିବ ପଡିବ ଚହଳ ଗାଆଁ ପୁଣି ସହର ମଧ୍ୟରେ

ଗ୍ରାମ ପଞ୍ଚାୟତ ସାରା ଭାରି ଗହଳ ଚହଳ ହୁଏରେ ।


ନେତା ମାନେ ଆମକୁ କେତେ ଭୁଆଁ ବୁଲାଅନ୍ତିରେ

ଭେଟି ଦେଉଛି ଏହି କବିତା ମୋର ଆପଣଂକ ଠାରେ ।


ଶୁଣ ମୋର ଭାରତର ସକଳ 

ଜନ ସାଧାରଣ । 

ଭାରତର ଯେତେ ଆଜିକାର 

ରାଜନୀତିର ବିଧାନ ।


ଦେଶରୁ ପରାଧୀନତା ସିନା

ହୋଇଲା ଅନ୍ତ ।

ବିଦେଶୀ ହଟି ସ୍ୱାଧୀନତା ଆମ

ହେଲା ଉପଗତ  ।


ଚାଲିଛି ଏଠି ଦେଖ ଜାତି ଧରମ

ର ରାଜନୀତି ।

ଭୋଟବେଳ ଆସନ୍ନ ହେଲେ ନେତା

ମାନେ ଦିଶନ୍ତି  ।


ନେତା ଦେଖାନ୍ତି ଦଳ କଳ ବଳର 

ସମସ୍ତ ବୁଦ୍ଧି।

ନିର୍ବାଚନ ଜିତିଲେ ନଥାଏ ସେହି 

କଳ୍ପନାର ସିଦ୍ଧି ।


ସମସ୍ତେ ମୋର, ସେହି ଜ୍ଞାନକଥା 

ଭୋଟ ବେଳେ ଜାଣ ।

ନେତା ଲମ୍ବା ଭାଷଣ ସକଳ-ଶାସ୍ତ୍ର

ର ପରିମାଣ  ।


ଚିନ୍ତନ୍ତି ଉପର ମନରେ ବେଦ ଓ 

ବେଦାନ୍ତର ଧର୍ମ । 

ପରେ ଭୋଟର ବିଚାରେ ସେ ବାଣୀ

ରେ ନାହିଁ କିଛି ଭ୍ରମ  ।


ମିଥ୍ୟା ପ୍ରତିଶ୍ରତି ଶୁଣି ଶୁଣି ମନରେ 

ଆନନ୍ଦ ଭରୁ ।

ନିର୍ବାଚନ ପରେ ଆସେ ତ ବେଦନା 

ହୃଦୟ ଭିତରୁ   ।


ହେ ଭାଇ ଭଉଣୀ କୃଷକ ଭାଇର 

ଶ୍ରମ ଝାଳର ପରଶେ ।

ଫସଲ ଅମଳର ପିୟୂଷରେ ମୋ

ମାଟି ମାଆ ହସେ   ।


ପୁଂଜିପତି ନିଜର ସ୍ୱାର୍ଥ ଓ ଲାଭ

ରେ ସଦା ବିତାଏ ଦିନ ।

ତାହାର ଶୋଷଣ ଧୋକାରେ ବିଷ

ମୟ ହୁଏ କୃଷକର ମନ ।


ପୁଂଜିପତି ନେତା ଭାବେ, ଜନତା 

ଅଟେ ନିହାତି ବୋକା ।

ନିତିଦିନ ତାଙ୍କୁ ସେ ଦେଇ ପାରିବ 

ଯେତେପାରି ଧୋକା    ।


ଏବକାର ନେତାର ମନରେ ସେବା 

ମନୋବୃତ୍ତି ନାହିଁ ଆଉ ।

ଲୁଟି ନେବ କିପରି ରାଜ୍ୟର ଧନକୁ 

ଶାସନ ଥାଉ ଥାଉ    ।


ସ୍ବାଭିମାନ ଆଉ କର୍ମନିଷ୍ଠା ଭାବନାରୁ 

ସେ ପାଇବ କିସ ।

ଗରିବର ଶ୍ରମରୁ ବଂଚିବ, ଚାଷୀ ପଛେ 

ନିତି ଖାଉ ଦୁଃଖର ବିଷ  ।


ଇଲେକ୍ସନ୍ ଆସିଲେ ଜନତାକୁ ନୋଟ 

ଲାଂଚ ଦେଇ ଦେବ ।

ମଦ ମାଂସ ଦେଇ, ଡ୍ରାମାବାଜି କରି 

ଇଲେକ୍ସନ୍ ଜିତି ଯିବ  ।


କଳା ଧନକୁ ନିତି କରୁଛି ଧଳା, ସଫେଦ 

କୁର୍ତ୍ତା ପିନ୍ଧେ, ଯିବ ସେ ଖସି  ।

ନିରୀହ ଗରିବ ବାପୁଡା, କିଛି ଦୋଷ ତ

ନକରି ପାଇ ଯିବ ଫାଶୀ  ।


ଦରବୃଦ୍ଧି, ବେକରୀବୃଦ୍ଧି, ଗରିବ ସଂଖ୍ୟା

ବୃଦ୍ଧି ହେଲେ ତାର କଅଣ ଯିବ ।

ପଇସା ବଳରେ ଚେଲା ଚାମୁଣ୍ଡା ଉଡାନ୍ତି 

ଧ୍ୱଜା ସେ ପୁଣି ତ ରାଜା ହେବ ।


ଶୋଷଣ ବିହୀନ ସମାଜ, ମମତାର ମଧୁ 

ସ୍ରୋତ ଧରଣୀର ଛାତି ତଳେ ।

ସମାଜବାଦର ସୁନ୍ଦର ଆଭାରେ ନବ 

ଉନ୍ମାଦନା ମନରେ ଖେଳେ  ।


ଗରିବର ହୃଦୟ ଯାଏ ଫାଟି ଯନ୍ତ୍ରଣାରେ 

କେତେ ଦିନ ତିଳତିଳ ହୋଇ ଜଳିବ  ।

ଉଦାସ କଂକାଳର ଶୀର୍ଣ୍ଣ ଯୀର୍ଣ୍ଣ ତନୁ ଓ ମନ

ରେ ଦିନେ ପରିବର୍ତ୍ତନର ପରିଭାଷା ଆସିବ ।


ପ୍ରଶ୍ନ କରୁଛି ନିଜକୁ ନିଜେ, ଯାହା ଲେଖୁଛି ଏ 

ସବୁ ବସି, କି ସାବାସି ମିଳିବ ।

ସତ କହିଲେ ଅଛି ପ୍ରାଣଭୟ, ସମୟ ଆସିଲେ

ଗଳାରେ ଫାଶୀ ଲାଗିଯିବ ।


ମିଥ୍ୟାର ବନ୍ଦନାରେ, ମିଥ୍ୟା ଲେଖିଲେ କିଛି,

ଆତ୍ମା ମୋ ଧିକ୍କାର କରୁଛି

ଦୁନିଆରେ ଶୋଷଣ ଦୂର କରିବାକୁ, ନୂତନତା 

ସୃଷ୍ଟି ପାଁଇ, କେତେ ପ୍ରାଣ ତ ଯାଇଛି ।


ଦୁନିଆରେ ବହୁ ତୋଷାମଦକାରୀ, ପଦବୀର

ଲାଳସା ଓ ଅଭିଳାଷରେ ମାତିଛନ୍ତି

ମୂଲ୍ୟହୀନ ଅସାର ବଚ଼ନ ଚିନ୍ତା କରି, ଭାବନ୍ତି

ଧର୍ମର ବିଜୟ-କେତନ ଉଡ଼ାଉଛନ୍ତି |


ଏ ଧୃବ ସତ୍ୟ, ଦିନେ ତ ଆସିଛି, ଦିନେ ତ 

ଛାଡିବି ଏ ଭବ ସାଗରକୁ

ଲେଖିବିନି କିଆଁ, ଯାହା ମୁଁ ଭାବୁଛି ମୋ 

ମନର ଚେତନାରେ, ଡରିବି କାହାକୁ ?


ଜାଣିଛି କିଛି ଲୋକଂକୁ ହେବ ନାହିଁ 

କେବେ ପ୍ରୀତିକର

ସେଥିପାଇଁ ଚିତ୍ତନର କେବେ ଆସିବନି

ମନେ ଦୁଃଖର ଭଣ୍ଡାର ।




Rate this content
Log in

Similar oriya poem from Abstract