ଆମ୍ବ ଏକ ରସୁଆଳ ଫଳ
ବଢିପାରେ ଵିନା ବାୟୁ ଜଳ
ଲୋଡ଼ା ଦରଦ ଟିକେ ମାଟି କୋଳ
ଶୁଭେ ଓଁ ରାମାୟଣ ଆକାଶ ପାତାଳ
ସେପରି ଆମ୍ବ ରସ ଟାକୁଆ ଦୁଇଫାଳ
ବଢିବ ଵୁଦ୍ଧି ବିବେକ ବଳ
ଖାଇ ପକ୍ୱ ଆମ୍ବ ରସାଳ ଫଳ
ରୁଚିବ ରୁଟି ଭାତ ଖାଇବାର ବେଳ
କଞ୍ଚା ଆମ୍ବ ଠୁଳ ପାଚିଲେ ଭୋଗ ଫଳ
ବକୁଳରୁ ପାଚିଲା ଯାଏଁ ଆସିଲେ ଦୋଳ
ଖାଇବ ଆମ୍ବ ରସ ଶୁଣିବ ରାମ ରସ
ଗାଁ ଜିଲ୍ଲା ମହକୁମା ସହର ସକଳ
ମିଠା ଆମ୍ବ ବାସ ରସ ସଞ୍ଜ ଓ ସକାଳ
ରୋଗୀକୁ ନା କହିଲେ ପରାଣ ଆକୁଳ
ବିକଳ ସକଳ ଖାଇବାକୁ ଏହି ଫଳ
ଆମ୍ବ ରସ ବାସ ଫାଳେ ଚଉଠେ ବକଳ
ନିଅ ନିଅ ଗରାଖ ଆଜି ଆମ୍ବ ଦିବସ
ଖାଇବ ଲଗାଇ ଆମ୍ବ ଗରମ କି ପଖାଳ
ଭାରି ସୁଆଦିଆ ମିଠା ପୁଣି ଖଟା ରସୁଆଳ
ରାଜା ଫଳ ଆମ୍ବ ରଜ ସାବିତ୍ରୀରେ
ମୁଗ ପଣସ ସାଥେ ଗାଇଣ୍ଠିଆଳ
ତା ବିହୁନେ ସ୍ୱାଦ ଗନ୍ଧ ରସ ସବୁ ହିଁ ଦୁର୍ବଳ
,,,,,,,,,,,,,,,