STORYMIRROR

Kalandi pal

Inspirational

4  

Kalandi pal

Inspirational

ରାଇ ଦାମୋଦର

ରାଇ ଦାମୋଦର

1 min
337

ଶରଦେ ଶାରଦ ଚାନ୍ଦିନୀ ଜୋଛନା

ଶୁଭ୍ର ନିରିମଳ ଦିଶେ

ଗାଆଁ ଦାଣ୍ଡ ହସେ ପୁଚି ଖେଳେ ରସେ

କାମିନୀ ବାଳା ହରଷେ ।


କଦମ୍ବ ମୂଳରେ ଯମୁନା କୂଳରେ

ରସେ ରାସକୁଞ୍ଜେ ଉଭା

ରାଇ ଦାମୋଦର ମୂରତି ଯୁଗଳ

ଦିଶେ ଅପରୂପ ଶୋଭା ।


ଶ୍ରୀ ମନ୍ଦିରେ ନୀତି ଶ୍ରୀ ଜିଉ ଶ୍ରୀ ପତି

ରାଇ ଦାମୋଦର ବେଶେ 

ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ

ରାସେ ରାସକୁଞ୍ଜ ରସେ ।


ରାଧା ଦାମୋଦର ଦିଶନ୍ତି ସୁନ୍ଦର୍

ସତେ କି କଦମ୍ବ ମୂଳ

ଶ୍ରୀ ମନ୍ଦିର ଆଜି ଫାଟି ପଡୁଅଛି

ଦିଶେ ଗହଳ ଚହଳ ।


ସଖି ସମ ସରି ପଣ୍ଡା ପଢିଆରି

ଝୁଲାନ୍ତି ରାସର କୁଞ୍ଜେ

ବନ୍ଦାପନା କେତେ ଆଳତି ସହିତେ

ନିତି ସକାଳେ ଓ ସଞ୍ଜେ ।


ଯୁଗଳ ମିଳନ ଦର୍ଶନେ ନୟନ

କୋଟି ତପସ୍ୟାର ଫଳ

କାହିଁ ବୃନ୍ଦାବନ କାହିଁ ଗୋପିଗଣ

କାହିଁ ସେ ଯମୁନା କୁଳ ।


କଳି ଯୁଗେ ମନ କ୍ଷେତ୍ର ବୃନ୍ଦାବନ

ନୀଳାଦ୍ରି ବିହାରୀ ବିଜେ

ଦେଖି ଚର୍ମ ନେତ୍ର କରିବୁ ପବିତ୍ର

ଯୁଗଳ ମୂରତି କୁଞ୍ଜେ ।


Rate this content
Log in

Similar oriya poem from Inspirational