STORYMIRROR

Basanti Pattnaik

Abstract

3  

Basanti Pattnaik

Abstract

ରାହା

ରାହା

1 min
513

ନୀରବତା, ସତ୍ୟତା ଏହାକୁ ଆଧାର କରି 

              ବଞ୍ଚି ରହିଛି 

ସଂସାର ପାଇଁ କିଛି କରିବାର ଇଛା 

              ପ୍ରୟାସ କରୁଛି 

ଖଳୁଆ ମଣିଷ ଜୀବନର ନଉକାକୁ 

              ହଲାଇ ଦେଉଛି 

ତଥାପି ସତ୍ୟତାର ଡୋରିକି ଧରି 

             ଆଗେଇ ଚାଲିଛି 

ବିନ୍ଦୁ ବିନ୍ଦୁ କରି ସେତୁବନ୍ଧକୁ 

               ଗଢି ତୋଳୁଛି 

ଏହି ବନ୍ଧଟି କେଉଁଠି ସରିବ 

                ମୁଁ ନିଜେ ଯାଣେନି 

ସତ୍ୟ, ନିଷ୍ଠାକୁ ଜାବୁଡି ଧରି 

                ଜୀବନ ଗତିକୁ ସଳଖଉଛି 

ତଥାପି ଖଳ ମଣିଷ ମିଛୁଆ ବୋଲି 

                  ଆକ୍ଷେପ କରୁଛି 

ଏହି ଆକ୍ଷେପ ହୃଦ କନ୍ଦରକୁ 

                 ଦୋହଲାଇ ଦେଉଛି 

ସତ୍ୟର ଵଙ୍କୁଲି ବାଡ଼ିକୁ ଧରି 

                ଫୁଣି ଅଣ୍ଟା ସଳଖାଉଛି l

 


  


Rate this content
Log in

Similar oriya poem from Abstract