ରାଧାର ପ୍ରେମରେ ଭଲପାଇବା
ରାଧାର ପ୍ରେମରେ ଭଲପାଇବା
ଥରେ ଦେଖା ହେଲା ଅଧାବାଟର
ଦ୍ବାରିକାନାଥ ସହ ରାଧାରାଣୀର
ପଚାରିଲେ ହୋଇ ହରଷ ସିଏ
କେମିତି ଭୂଲିଲ କହ ତୁମେ ମୋତେ ପ୍ରିୟେ
କହନ୍ତି ହରଷି ରାଧା ମନକୁ ମୋହି
କହିଲେ ଭୂଲିଲି କେବେ ତୁମକୁ ମୁହିଁ
ଝରାଉନି ଲୁହ ଆଖିରୁ କେବେ
କାଳେ ତୁମେ ଯିବ ଏଥିରେ ବୋହି
ଦୂରରୁ ଦେଖି ଖୁସି ହୁଏ ମୁଁ ମନରେ
ଭଲପାଇବା ଥାଉ ଏମିତି ଚିତ୍ତରେ
ରାଜା ତୁମେ ରାଇଜର କେତେ ସପନରେ
ନେଇଛ ଦାୟିତ୍ବ ଭଲପାଇଁ ତୁମ ରାଜଦରବାରେ
କେତେ କିଏ ଭଲପାଏ ତୁମକୁ ଏଠାରେ
ମୁଁ ଭଲପାଇଲେ ସଂସାର କି ଅଶୁଦ୍ଧିରେ
ମଧୁର ଯମୁନାର ପାଣି ତୁମ ପିଉଥିଲ
ଏବେ ଦେଖ ତୁମେ ଲୁଣିପାଣିରେ ମୁହଁ ଯେ ଧୋଇଲ
ମଧୁର ବଂଶୀର ରାଗ ତୋର ପ୍ରୀତିର ଅମୃତ ସଂଗୀତ
ମୋହନ ତୁମ ହସରେ ମନଜିଣି ଗୋପିଗଣ ସଜ୍ଜିତ
ଯେବେଠୁ ଧରିଲ ସୁଦର୍ଶନ ହଜିଲା ବଂଶୀର ସ୍ଵନ
ବିନାଶର ପଥେ ପଥିକ ତୁମେ ଭୂଲିଛ ମୋର ମନ
ଭୂଲିପାରେ କି ସତେ ତୁମକୁ ମୁଁ ଯେମିତି ଆତ୍ମା ଶରୀରକୁ
ଭୂଲିଯାଇଛ ତୁମେ ସତେ ବଦଳାଇ ଠିକଣା ନିଜର ନିଜକୁ
ରାଧା ସହ ଆଉ କିଏ ଯୋଡି କି ହେବ କୁହ ତୁମେ
ତୁମେ ରାଜି ହୁଅ କି ନ ହୁଅ ଏଥିପାଇଁ ଟିକିଏ ରୋଷ ନୁହେଁ