STORYMIRROR

Sandhya Rani Panigrahy

Abstract

2  

Sandhya Rani Panigrahy

Abstract

ରାଧାର ପ୍ରେମରେ ଭଲପାଇବା

ରାଧାର ପ୍ରେମରେ ଭଲପାଇବା

1 min
136

ଥରେ ଦେଖା ହେଲା ଅଧାବାଟର

ଦ୍ବାରିକାନାଥ ସହ ରାଧାରାଣୀର

ପଚାରିଲେ ହୋଇ ହରଷ ସିଏ

କେମିତି ଭୂଲିଲ କହ ତୁମେ ମୋତେ ପ୍ରିୟେ

କହନ୍ତି ହରଷି ରାଧା ମନକୁ ମୋହି

କହିଲେ ଭୂଲିଲି କେବେ ତୁମକୁ ମୁହିଁ

ଝରାଉନି ଲୁହ ଆଖିରୁ କେବେ

କାଳେ ତୁମେ ଯିବ ଏଥିରେ ବୋହି

ଦୂରରୁ ଦେଖି ଖୁସି ହୁଏ ମୁଁ ମନରେ

ଭଲପାଇବା ଥାଉ ଏମିତି ଚିତ୍ତରେ

ରାଜା ତୁମେ ରାଇଜର କେତେ ସପନରେ

ନେଇଛ ଦାୟିତ୍ବ ଭଲପାଇଁ ତୁମ ରାଜଦରବାରେ

କେତେ କିଏ ଭଲପାଏ ତୁମକୁ ଏଠାରେ

ମୁଁ ଭଲପାଇଲେ ସଂସାର କି ଅଶୁଦ୍ଧିରେ

ମଧୁର ଯମୁନାର ପାଣି ତୁମ ପିଉଥିଲ

ଏବେ ଦେଖ ତୁମେ ଲୁଣିପାଣିରେ ମୁହଁ ଯେ ଧୋଇଲ

ମଧୁର ବଂଶୀର ରାଗ ତୋର ପ୍ରୀତିର ଅମୃତ ସଂଗୀତ

ମୋହନ ତୁମ ହସରେ ମନଜିଣି ଗୋପିଗଣ ସଜ୍ଜିତ

ଯେବେଠୁ ଧରିଲ ସୁଦର୍ଶନ ହଜିଲା ବଂଶୀର ସ୍ଵନ

ବିନାଶର ପଥେ ପଥିକ ତୁମେ ଭୂଲିଛ ମୋର ମନ

ଭୂଲିପାରେ କି ସତେ ତୁମକୁ ମୁଁ ଯେମିତି ଆତ୍ମା ଶରୀରକୁ

ଭୂଲିଯାଇଛ ତୁମେ ସତେ ବଦଳାଇ ଠିକଣା ନିଜର ନିଜକୁ

ରାଧା ସହ ଆଉ କିଏ ଯୋଡି କି ହେବ କୁହ ତୁମେ

ତୁମେ ରାଜି ହୁଅ କି ନ ହୁଅ ଏଥିପାଇଁ ଟିକିଏ ରୋଷ ନୁହେଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract