Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Inspirational

4  

Bharatabandhu Biswal

Romance Inspirational

ରାଧା ବିନା କୃଷ୍ଣ ଅଧା

ରାଧା ବିନା କୃଷ୍ଣ ଅଧା

1 min
262



କୃଷ୍ଣ ପ୍ରାଣପ୍ରିୟା ବୃଷଭାନୁ ଜେମା

ବୃନ୍ଦାବନ ଅଧୀଶ୍ୱରୀ

ଭକ୍ତି ସମର୍ପଣ ପ୍ରେମମୟୀ ଦେବୀ

ମାଧବୀ ରାଈ କିଶୋରୀ ।

କଞ୍ଚନ ବରନୀ ରାସ ବିଳାସିନୀ

ସୁହାସିନୀ ଆହ୍ଲାଦିନୀ

ଅମୃତ ପ୍ରେମର ଧାରା ଶ୍ରୀରାଧିକା

ଦିବ୍ୟ ଶକ୍ତି ଚିରନ୍ତନୀ ।

ରାଧା ସଞ୍ଜୀବିତ ସ°ଗୁପ୍ତ ହୃଦୟ

କଦମ୍ବ ନିକୁଞ୍ଜ ବନ

ନୀଳ ପୟୋଧାରା ଜୀବନ ଯମୁନା

ବ°ଶୀ ମୁର୍ହୁ ମୁର୍ହୁ ସ୍ୱନ ।

ରାଧା ସମ୍ମୋହିନୀ ପ୍ରେମ ଷୋଳକଳା

ଉପାସନା ଆରାଧନା

ଶ୍ରୀ ରାଧାବଲ୍ଲଭ କୃଷ୍ଣ ପୂର୍ଣ୍ଣକାମ

ସୁମଧୁର ସଙ୍କଳ୍ପନା ।

ମାଧବମାଧବୀ ଅଦୈତ ପ୍ରକୃତି

ନୁହେଁ ଭିନ୍ନ ଭିନ୍ନ ଏକ

ନୁହଁନ୍ତି ସମ୍ପୂର୍ଣ୍ଣ ରାଧା ବିନା କୃଷ୍ଣ

ଶ୍ରୀରାଧା କୃଷ୍ଣ ଅର୍ଦ୍ଧେକ ।

   ----



Rate this content
Log in

Similar oriya poem from Romance