ପୟରେ ତବ ସଦା ଦିଅ ଶରଣ
ପୟରେ ତବ ସଦା ଦିଅ ଶରଣ
ହେ ପ୍ରଭୁ ଜଗନ୍ନାଥ
ତୁମେ ଅନାଦି ଅନନ୍ତ
ତୁମ କରୁଣା ଅପାର
ପାପୀ ଙ୍କୁ ନାଶି ପାପ ବିନାଶି
ଏ ଜଗତ ଉଦ୍ଧାର କର ।
ହେ ପ୍ରଭୁ ଜଗନ୍ନାଥ
ତୁମ ପାଇଁ ଏ ଜଗତ
ତୁମେ ସର୍ବମୟ କର୍ତ୍ତା ଏ ସୃଷ୍ଟିର
ନାହିଁ ତୁମଠି ଭେଦ
ପର ଆପଣାର
ଭକତ ଭାବେ ବନ୍ଧା ଯେ
ତୁମ ଭକତି ଡୋର ।
ହେ ପ୍ରଭୁ ଜଗନ୍ନାଥ
ତୁମେ ଅନାଥ ନାଥ
ନୀତି ଅନୀତି ର
ସବୁ କର ବିଚାର
ପଲକ ପଡେନି ନୟନେ ତୁମର
କରତ୍ତା ଅଟ ସୃଷ୍ଟି ପାଳନ ସଂହାରର
ଜଗତ ଜଞ୍ଜାଳ ସବୁ ତୁମର ।
ତୁମେ ପ୍ରାଣ ଦାତା ତ୍ରାଣ କର୍ତ୍ତା
ସଂସାର ରଚିଲେ ବି
ଲୋଭ ମୋହରୁ ଉର୍ଦ୍ଧ୍ଵେ ରହି
ସାଜିଛ ତୁମେ ସଭିଙ୍କ ଭାଗ୍ୟ ବିଧାତା
ବିଧି ବିଧାନ ତବ ନ କର କେବେ କ୍ଷୁର୍ଣ୍ଣ
ତବ ନିର୍ଦ୍ଦେଶେ ଚଳେ
ଏ ସାରା ସଂସାର ରଥ
ସର୍ବ କାଳେ ସର୍ବ ମୁହୂର୍ତ୍ତେ
ଚଳାଇଛ ହେ ପ୍ରଭୁ
ଏ ସଂସାର ଶ୍ରୀକ୍ଷେତ୍ରେ
ଗୁଣ୍ଡିଚା ବାହୁଡ଼ା ଯାତ
ହେ ପ୍ରଭୁ ଜଗନ୍ନାଥ
ତୁମେ ଭକ୍ତର ମିତ
ଅହରହ ଶୁଣ ପ୍ରଭୁ
ତୁମ ଭକ୍ତର ଭକ୍ତି ସଂଗୀତ
ଏତିକି ମୋ ନିବେଦନ
ଦୟା କରିବ ଏ ଦୀନ ଜନ
ପ୍ରଣମି ଅଛି ପ୍ରଭୁ ଏ ଦାସ
ତୁମ ଚରଣ
ହେ ଅନାଥର ନାଥ
ପୟରେ ତବ ସଦା ଦିଅ ଶରଣ ।
