କବିତା - ପୂର୍ଣ୍ଣମୀ ଇନ୍ଦୁ
ରଚନା - ପଞ୍ଚାନନ ଜେନା
ତାରିଖ -୨-୪-୨୦୨୫
ଦେଖ ପୂର୍ଣ୍ଣମୀ ଇନ୍ଦୁ
ଆକାଶ କୋଳରେ ଶୋଭେ ପୂର୍ଣ୍ଣେନ୍ଦୁ
କେତେ କାଳରୁ ଭଇଁ ଚାଲିଛି
ଶୀତଳ ଜ୍ୟୋସ୍ନା ବାଣ୍ଟି ଚାଲିଛି
ମାୟା ବାସ୍ନାରେ ପ୍ରେମ ବିତରିଛି
ଯୁଗେ ଯୁଗେ କରୁଅଛି ସସ୍କୋହନ
ଦେଖ ସରଗ ଶଶୀର ଉଲ୍ଲାସ
ନା ଓଢ଼ଣାରେ ଟଣା
ନା ବୁର୍ଖାରେ ବାଟବଣା
କଳା ହାଣ୍ଡିଆ ମେଘ ସହିତ
ଖେଳେ ଲୁଚକାଳି
ଧରା ଧରଣୀ ଲାଗେ ଉଛୁଳା ବିନ୍ୟାସ
ଦେଖ ମଣିଷର ମାନସିକତା
ସେହି ପୂର୍ଣ୍ଣଶଶୀକୁ ଭାଗ ବଣ୍ଟା କଲେଣି
କେବେ ଚନ୍ଦ୍ରଗ୍ରହଣରେ ସରିଲା
କେବେ କରବା ଚୌଥରେ ମରିଲା
କେବେ ଇଦ୍ ମୁବାରକ୍ ପାଇଁ ଜଳିଲା
ଭଲ ହେଇଛି ପୃଥିବୀରେ ଜହ୍ନଟା ଫୁଟିନି
ଫଳ ଫୁଲ ପରିବା ପରି ଫଳିନି
ନୋହିଲେ
ଗ୍ରହ - ଉପଗ୍ରହ ମଧ୍ୟରେ ଥୋଇଦେଇ
ହିନ୍ଦୁ - ମୁସଲମାନ ସଂପ୍ରଦାୟ ଭିତରେ ପୁରେଇ
ରାହୁ କେତୁ ନାଁରେ ଫସେଇ
ଧର୍ମ ନାଁ ରେ ଲଢ଼େଇ ଲଗେଇ
ଲହୁ ଲୁହାଣ ହୁଅନ୍ତେଣି
ଖବରକାଗଜରେ ତର୍କ ବିତର୍କ ଚାଲନ୍ତାଣି
ଟିଭିରେ ସାମାଜିକ ଗଣମାଧ୍ୟମରେ
ଅଛିଣ୍ଡା ଆଲୋଚନାର ବିଷୟ ଲମ୍ବି ସାରନ୍ତାଣି
ଦେଖ ବିଜ୍ଞାନୀ ପ୍ରେମୀକ ପରା କହୁଛି
ଜହ୍ନ ରାଇଜରେ ଜାଗାଟେ କିଣିଛି
ଲୋକ ବସତି ପାଇଁ କଲେ।ନି କରୁଛି
ସ୍ବପ୍ନ ପ୍ରବଣତା କୁହ ବା ପ୍ରେମ ବାଚାଳତା
ଉପମା ଉପମେୟ କୁହ ବା ପ୍ରେମମନ୍ୟତା
ବିରହୀ ପ୍ରେମୀକ କୁହ ବା ପଳାତକ ଭୀରୁତା
ପୂର୍ଣ୍ଣମୀ ଜହ୍ନ ହିଁ ଯୁଗେ ଯୁଗେ
ଦରଦୀ ମାନଙ୍କ ପାଇଁ ପ୍ରେରଣା ସ୍ରୋତ
ବେଦରଦୀ ମାନଙ୍କ ପାଇଁ ତର୍କର ଉତ୍ସ