STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ପୂର୍ଣ୍ଣକର ଅଭିଳାଷ

ପୂର୍ଣ୍ଣକର ଅଭିଳାଷ

1 min
243


ଅଭିମାନେ ପ୍ରଭୁ ଯାଉନାହିଁ ତୁମ ଶ୍ରୀମନ୍ଦିରେ ସିନା ମୁହିଁ

ହୃଦୟେ ତୁମକୁ ଧରି ରଖିଛି ମୁଁ ତୁମେ ମୋର ପ୍ରାଣ ସାଇଁ

ଅଭିଳାଷ ମୋର କେବେ ପୁରାଇବ

ମୋ ମନ ଭାବନା କେବେ ଅନ୍ତ ହେବ

ଭାବୁଛି ତୁମକୁ ଧ୍ୟାୟୀ ।।


ଖୋଜି ଖୋଜି କେତେ ନିରାଶା ହେଲିଣି ତୁମ ଇଚ୍ଛା କେବେ କୁହ

ପୁରଣ କରିବି ସାକ୍ଷାତେ ଦେଖିବି ଚକା ଆଖି କଳା ମୁହଁ

ଆଶ୍ରୟ କରିଛି ପଦ୍ମ ପାଦତଳେ

ଧୋଇବି ସେ ପଦ ମୋର ଚକ୍ଷୁ ଜଳେ

ସେ ଦିନକୁ ଅଛି ଚାହିଁ ।।


ଅଭିଳାଷ ମୋର ଜାଣିଛ ଠାକୁର ନଜାଣିଲା ପରି କିଆଁ

ମୋ ସାଙ୍ଗରେ ଛନ୍ଦ କର ଜଗନ୍ନାଥ ମନରେ ଲଗାଇ ନିଆଁ

ମୋ ଅପେକ୍ଷାର କେବେ ଅନ୍ତ ଘଟିବ

ସୁଦୟା କେବେକୁ ମୋ ପରେ ହୋଇବ

କୁହ ପ୍ରଭୁ ଭାବଗ୍ରାହୀ ।।


ମୁଁ ନୁହେଁ ଭକତ ନଜାଣଇ ମନ୍ତ୍ର ତୁମକୁ ଅନ୍ତରେ ମୋର

ହୃଦ ସିଂହାସନେ ବସାଇ ଡାକୁଛି ଶୁଣ ବାରେ ଚକ୍ରଧର

ଦିଅ ହେ ଭରସା ପୂର୍ଣ୍ଣକର ଆଶା

ସରି ସରି ଆସେ ଜୀବନର ନିଶା

ଆଉ ସହି ହେଉନାହିଁ ।।


ସବୁ ତେଜ୍ୟା କରି ତୋ ଶରଣ ଗଲି କଟାକ୍ଷ ମାତ୍ରକେ ତୋର

ତୋ ଚକ୍ଷୁ ପଲକ କ୍ଷଣେକେ ମାତର ପୂର୍ଣ୍ଣ ହେବ ଆଶା ମୋର

ଜୟ ଜୟ ନାଥ ପ୍ରଭୁ ଜଗନ୍ନାଥ

ଅନ୍ତର୍ଯ୍ୟାମୀ ନାଥ ଦୁଃଖୀର ସଂଗାତ

ବସିଛି ତୁମକୁ ଚାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy