STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ପୂଣ୍ୟ ଶ୍ଳୋକ ମହାଯୋଗୀ

ପୂଣ୍ୟ ଶ୍ଳୋକ ମହାଯୋଗୀ

1 min
311

ବଢି ମରୁଡିରେ ମନେପଡି ଯାଅ ତୁମେ ବନ୍ଧୁ ଗୋପବନ୍ଧୁ

ଦେବତୁଲ୍ୟ ବନ୍ଧୁ ଅମୂଲ୍ୟ ରତନ (ତୁମେ) ଅନ୍ଧାର ଆକାଶ ଇନ୍ଦୁ

ଗୋପବନ୍ଧୁ, ଅନ୍ଧାର ଆକାଶ ଇନ୍ଦୁ ।।


ପର ଦୁଃଖେ ବିଗଳିତେ ବିଳାପିତେ ଝରଇ ଲୋତକ ବିନ୍ଦୁ

ଦୁଃଖୀ ଜନ ସଖା ପୂଣ୍ୟାତ୍ମା ପୁରୁଷ ଅନନ୍ତ କରୁଣା ସିନ୍ଧୁ

ଗୋପବନ୍ଧୁ, କରୁଣା ଅନନ୍ତ ସିନ୍ଧୁ ।।


ଉତ୍କଳ ଆକାଶ ଅଙ୍କେ ଉଦ୍ଭାସିତ ଜାଜ୍ଜ୍ୱଲ୍ୟମାନ ତାରକା

ସୁଆଣ୍ଡୋ ଶାସନ ପାରିଜାତ ଫୁଲ ପୂଣ୍ୟ ଶ୍ଳୋକ ଶୁଭ୍ର ରେଖା

ରେ ମାନସ, ପୂଣ୍ୟ ଶ୍ଳୋକ ଶୁଭ୍ର ରେଖା ।।


ସର୍ବଗୁଣ ସମନ୍ଵୁତ ମହାମନା;ଅତୁଲ୍ୟ” ନାହିଁ କେ ଜଣେ

ମନୁଷ୍ୟ ତ ନୁହେଁ ଜନ୍ମନେଲେ ଅବା ଦେବତା ଉତ୍କଳ ଭୂମେ

ରେ ମାନସ, ଦେବତା ଉତ୍କଳ ଭୂମେ ।।


“ବକୁଳ ବନର ତପସ୍ୱୀ ତପନ” “ତନ୍ଦ୍ରା ହୀନ‌ ଚନ୍ଦ୍ରାଲୋକ”

ପ୍ରତିରେଣୁ ତା'ର ପଞ୍ଚାମୃତ ତୁଲ୍ୟ ଲଭି କର ସୁଧା ସ୍ପର୍ଶରେ ମାନସ, 

ଲଭି ସେହି କର ସ୍ପର୍ଶ ।।


କବିରେ କବିତା ଶାସ୍ତ୍ରରେ ପଣ୍ଡିତ ସର୍ବ ବିଦ୍ୟା କରାୟତ

ନେତୃତ୍ୱରେ ନେତା ସେବକ, 

ଶିକ୍ଷକ ଗୁଣେ ଥିଲେ ଗୁଣାତୀତରେ ମାନସ, 

ଗୁଣେ ଥିଲେ ଗୁଣାତୀତ ।।


ଜାତି ପ୍ରାଣ ମହାଯୋଗୀ ଯୋଗେଶ୍ୱର ଧନ୍ୟ ସେ ସିଦ୍ଧ ପୁରୁଷ

ଶୋଭମାନ ଅବା ସୌମ୍ୟ କାନ୍ତ ମଣି ସୁନ୍ଦର ଦୀପ୍ତି ସଦୃଶରେ ମାନସ, 

ସୁନ୍ଦର ଦୀପ୍ତି ସଦୃଶ ।।


ଆଜି ପୂଣ୍ୟ ତିଥି ବାସରେ ତୁମକୁ କବିର କୋଟି ପ୍ରଣାମ

ଘେନ ହେ ଉତ୍କଳ ମଣି ଗୋପବନ୍ଧୁ ପୂଣ୍ୟ ଶ୍ଳୋକ ଜାତି ପ୍ରାଣ

ହେ ମହାନ, ପୂଣ୍ୟ ଶ୍ଳୋକ ଜାତି ପ୍ରାଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational