STORYMIRROR

MADHU MITA

Classics Inspirational

3  

MADHU MITA

Classics Inspirational

ପୂଜାପଣ୍ଡାର ସ୍ବପ୍ନ

ପୂଜାପଣ୍ଡାର ସ୍ବପ୍ନ

1 min
172


ଚିତା ଚଇତନ ମୁଣ୍ଡରେ ଧରି

ପୋଥି ପୁଟୁଳା ତା ହାତରେ ଧରି

ସକାଳ ପ୍ରହରୁ ଆଗେଇ ଯାଏ

ହରିନାମ ସଦା ତୁଣ୍ଡରେ ନିଏ

ଜଳ ଚଢାଇ ସେ ଶିବ ମଥାରେ

ଫୁଲ ଚଢ଼ାଏ ସେ ବିଷ୍ଣୁ ପାଦରେ

ଲକ୍ଷ୍ମୀ ସରସ୍ଵତୀ ବନ୍ଦନା କରେ

କାଳିଆ ପାଖରେ ବସେ ସାଦରେ

ଭୋର ହେଲା ପରେ ମନ୍ଦିରେ ରୁହେ

ଘରକଥା କେବେ ମୁଣ୍ଡେ ନ ନିଏ

କାଳିଆ ଭରସା ସଦା କୁହଇ

ସବୁ କାମରେ ସେ ତାକୁ ଲୋଡ଼ଇ

ପିଲା ଛୁଆ ଆଉ ସଂସାର କଥା

ଘରଣୀ କଥାରେ ନ ଦିଏ ମଥା

ସେ ପରା ସେବକ ଆଗ ଧାଡିର

ପାଖରେ ତାର ତା କଳା ଠାକୁର

କାଳିଆ ସେବକ ସ୍ବପ୍ନ ଦେଖଇ

ଆସିବ ଥରେ ତା କାଳିଆ ସାଇଁ

ବନ୍ଧୁ ବୋଲି କହି କୋଳେଇ ନେବ

ଆଖି ପୋଛି ସେ ତା ରୂପ ଦେଖିବ

କାଳିଆ ତା ପ୍ରାଣ କାଳିଆ ଧର୍ମ

କାଳିଆ ପାଇଁ ତା ସମସ୍ତ କର୍ମ

ବଡଦେଉଳ ତା ନିଜର ଘର

ଦେଉଳ ଛଡ଼ା କେ ଅଛି ତାହାର

ଯେତେ ଭକ୍ତ ଦେଖେ ସଭିଙ୍କୁ ଡାକେ

କାଳିଆ ମହାତ୍ମ୍ୟ କହେ ଅଳ୍ପକେ

ମହିମା ବଖାଣି କାଳିଆ ସୁନାର

ଖୁସିମନେ କରେ ତାକୁ ଜୁହାର

ଜଗା ପାଖେ ଥରେ ରହିଲା ପରେ

ଆଉ କି ସ୍ବପ୍ନ ବା ଆସେ ମନରେ

ସବୁ ସମର୍ପି ଦେଇ ତା ପାଦତଳେ

ସ୍ଵପ୍ନ ସହ ମିଶି ବାସ୍ତବ ଚଳେ

କ୍ରମଶଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics