STORYMIRROR

Prafulla Chandra Mishra

Abstract

4  

Prafulla Chandra Mishra

Abstract

ପୁତନା ବଧ

ପୁତନା ବଧ

1 min
368


ସୁନ୍ଦର ରୂପ ରୁଚିର ଅନିନ୍ଦ୍ୟ ସୁନ୍ଦରୀ

ମଥୁରା ରୁ ଯାଇ ଗୋପେ ରାଜହଂସୀ ପରି

ପୁରେ ପୁରେ ପସି ଶିଶୁ ସନ୍ଧାନ କରଇ

ନବଜାତ ପୁତ୍ର ଜନ୍ମ ହୋଇଅଛି କାହିଁ

ଯାଇ ଯଶୋଦା ମନ୍ଦିରେ

ପ୍ରବେଶିଲା ସେ ରାକ୍ଷସୀ ମହାନନ୍ଦ ଭରେ ।


ଯଶୋମତୀ ଦେଖୁଛନ୍ତି ପୁତନା ରୂପକୁ

ସେ ରୂପ ନିନ୍ଦୁଛି ସ୍ଵର୍ଗପୁରୀ ଅପ୍ସରାଙ୍କୁ

ସୁଠାମ ଶରୀର ପୂର୍ଣ୍ଣଚନ୍ଦ୍ର ପ୍ରାୟ ମୁଖ

ଉଜ୍ଵଳି ଉଠୁଛି ଯେହ୍ନେ ପୂର୍ଣ୍ଣେନ୍ଦୁ ମୟୂଖ

ପଚାରନ୍ତି ଯଶୋମତୀ

କିକାରଣେ ଦେବୀ ଆସି ପହଞ୍ଚିଛ ଏଠି ।


ଛନ୍ଦେ ମନ୍ଦେ ଭାସେ ଘର ମୋର ମଧୁପୁର

ଅନାଥିନୀ ନିଆଶୀ ମୁଁ ଏକଇ କୁମର

ଜନ୍ମଦେଇ ଦେଖେ ପୁତ୍ର ନିର୍ଜିବ ଶରୀର

ମୃତ ପୁତ୍ର ଜନମିଲା ମନ୍ଦ ଭାଗ୍ୟ ମୋର

ସ୍ତନ ଭାର ସହିନୁହେ

ଦୁଗ୍ଧ ପାନ ଦେବା ଆସେ ଆସିଛି ତୋ ଗୃହେ ।


ତୋଘରେ ରହି ଖଟିବି ପୁତ୍ରସେବା କରି

ଲାଘବ କରିବ ପିଡା “ଦୁଗ୍ମପାନ କରି

ନବଜାତ ପୁତ୍ର ତୋର” ଦିଅ ମୋ କୋଳକୁ

ନିରାସ ନକରି ଦିଅ ବୁଝି ମୋ ଦୁ଼ଃଖ କୁ

ଯଶୋବନ୍ତୀ ଦୟାବତୀ 

“କି ବୁଝିବେ ମାୟା” ପୁତ୍ର ଦେଲେ ସେ ଝଟତି ।


ପୁତ୍ର କୋଳେ ଧରି ଦେଖେ ରାକ୍ଷସୀ ନୀରେଖି

ନବ ଦୂର୍ବାଦଳ ଇନ୍ଦ୍ର ନୀଳକାନ୍ତ ସେକି

ତେସନେ ଝଳୁଚି ସେହି ଶିଶୁ ଦିବ୍ୟ ମୂର୍ତ୍ତି 

ଦେଖି କ୍ଷଣେପାଇଁ ହରାଇଲା ତାର ଧୃତି

ବାତ୍ସଲ୍ୟ ମମତା ଝର

“ସ୍ଵଭାବେ ନାରୀ” ଉଦ୍ରେକ ହେଲା ତା ବିଚାର ।


କୋଟି କାମ ସମ ତହୁଁ ବଳି ୟେ ସୁନ୍ଦର

ନୀଳେତ୍ପଳ ବଳି ଦିଶେ ନୟନ ଯୁଗଳ

ରଙ୍ଗ ଓଠେ ଫୁଟି ଉଠେ ଦରୋଟି ସୁହାସ

ଚହଲିଗଲା ହୃଦୟ ଭୁଲି ଅଭିଳାଷ

ମୁଖେ ଦିଅଇ ଚୁମ୍ଵନ

ରାକ୍ଷସୀ ହୃଦୟେ ଯାଗି ଉଠେ ନାରୀ ମନ ।


କ୍ଷଣକେ ଚେତନା ଲଭି ତତପର ହେଲା

କୋଳେ ଧରି ବାଳକୃଷ୍ଣ ଦୁଗ୍ମ ପିଆଇଲା

ସେତ ମାୟାଧର ମାୟାବିନୀ ର ”କୁହୁକ

ଜାଣି କ୍ଷୀର ସଙ୍ଗେ ପ୍ରାଣ ନେଲା ସେ ବାଳବ

ଘୋର ଗର୍ଜନେ ରାକ୍ଷସୀ

ପ୍ରଡିଲା ଭୁତଳେ ନିଜ ରୂପକୁ ପ୍ରକାଶି ।

କ୍ରମଶଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract