STORYMIRROR

Chinmaya Kumar Nayak

Abstract

2  

Chinmaya Kumar Nayak

Abstract

ପୁରୁଷ

ପୁରୁଷ

1 min
308

କେବେ ସେ ପ୍ରେମିକ, କେବେ ସେ ଭାବୁକ

କେବେ ସେ ତ୍ୟାଗର ପ୍ରବୀଣ ପଥିକ

ବିଶାଳ ହୃଦୟେ ନାହିଁ ବିସମତା

ଜଳେ ନିତି ଜାଳି କର୍ତବ୍ୟ ସଳିତା

ପରିବାର ସମାଜର ସେ କବଚ

ରକ୍ଷକ ସେ ସାଜେ ନ ନେଇ ଉତ୍କୋଚ

ସୃଷ୍ଟି ସର୍ଜନାର ଭାଗିଦାରୀ ଜଣେ

ନାରୀର ସୌଭାଗ୍ୟ ବର୍ଦ୍ଧନ କାରଣେ

ଅସୀମ ଧୈର୍ଯ୍ୟର ଦୃଢ଼ ମୁଳ ସ୍ତମ୍ଭ

ଧରି ରଖିଥାଏ ସଂସାର ଆରମ୍ଭ

କୋମଳ ହୃଦୟ କଠୋର ଜୀଵନ

ପକ୍ଷପାତର ଉର୍ଦ୍ଧ୍ୱେ ତାର ଅବସ୍ଥାନ

ସାଗର ଯେତେ ଭାବ ହୃଦୟେ ପ୍ରବଳ

ଆଖିରେ ନଥାଏ ବୁନ୍ଦାଏ ବି ଜଳ

କେବେ ପଚାରି ଦେଖ ତା ହୃଦୟର ଗାଥା

'ମୁଁ ଠିକ ଅଛି' ର ଉତ୍ତର ମିଳେ ସର୍ବଥା

ସହଜ ନୁହେଁ ବି କେବେ ପୁରୁଷର ପଥ

ଚାପା ଆର୍ତ୍ତନାଦ ତଳେ ମୂର୍ତ୍ତି ସେ ଧ୍ୟାନସ୍ଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract