ପୁରୁଷ
ପୁରୁଷ
କଇଁଛର ଖୋଳପା ପରି
ଟାଣ ଶରୀରରେ
କେତେ ଯେ ଶକ୍ତି !
ଝାଞ୍ଜି ଖରାକୁ ବି
ଖାତିର ନାହିଁ.....
ଶୀତରେ କି ବର୍ଷାରେ
ହୁଏନା ବିବ୍ରତ ।
ନିଗିଡି ପଡୁଥିବା ଲୁହକୁ
ଝରାଇଦିଏ
ବିନା ସ୍ୱାର୍ଥରେ ପରିବାର ପାଇଁ ।
ନୀରବରେ ସହିଯାଏ
ଅକୁହା ଯନ୍ତ୍ରଣାର ଦାଉ ।
କେବେ ପୁଅର କର୍ତ୍ତବ୍ୟ....
କେବେ ଭାଇ ସାଜି
ଭଉଣୀର ସୁରକ୍ଷା...
କେବେ ସ୍ୱାମୀ ରୂପରେ
ସ୍ତ୍ରୀର ଅଭିଳାଷ ପୂରଣ କରୁ କରୁ
ଅବତୀର୍ଣ୍ଣ ହୁଏ ବାପା ରୂପରେ ।
ହଳେ ଚପଲ...
ହଳେ ପୋଷାକରେ..
ବିତିଯାଏ ଜୀବନ ।
ସନ୍ତାନଙ୍କ ଆଖିରେ
ନିଜର ସ୍ୱପ୍ନ ଦେଖି ଖୁସି ସାଉଁଟୁଥିବା
ଏକମାତ୍ର ମଣିଷ ।
ସେ ବି ହୃଦୟଧାରୀ
ଦେଖାଇପାରେନା
ନିଜର ଦୁଃଖ ।
ପ୍ରତି ଦିନ ଜଳୁଥାଏ
ସଂସାର ଜଞ୍ଜାଳର କର୍ତ୍ତବ୍ୟ ଅନଳରେ ।
ନାରୀ ସହ ତାଳ ଦେଇ
ଆଗକୁ ବାହିନେଉଥାଏ
ସଂସାର ନାଆକୁ ।
ପରିଭାଷା କଣ କେବେ
ଶବ୍ଦରେ ବର୍ଣ୍ଣି ହେବ ?
ନା......
କେବଳ ନାଆଁ ଟିଏ ଦେଇହେବ
ସେ ହିଁ "ପୁରୁଷ" ।
